ଓଡିଶା

odisha

ETV Bharat / state

ବରଗଡରେ ବଢୁଛି ଖରା ପ୍ରକୋପ, ସମାଧାନ ହେଉନି ଜଳ ସଙ୍କଟ

ବାତ୍ୟାକୁ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଅନ୍ୟ ପଟେ ଖରାରେ ସିଝୁଛି ଓଡିଶା । ବରଗଡ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମର ପ୍ରଭାବ ଏବଂ ପାରା ୪୨ ଡିଗ୍ରୀ ଛୁଇଁଛି । ଦିନ ୧୧ଟା ପରେ ବାହାରକୁ ଯିବାକୁ ଭୟ କରିଛନ୍ତି ଲୋକେ ।

By

Published : May 1, 2019, 10:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ଼: ପ୍ରବଳ ବେଗରେ ରାଜ୍ୟକୁ ମାଡି ଆସୁଛି ସାମୁଦ୍ରିକ ଝଡ 'ଫନି' । ବାତ୍ୟାକୁ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଅନ୍ୟ ପଟେ ତାତିରେ ସିଝୁଛି ଓଡିଶା । ବରଗଡ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମର ପ୍ରଭାବ ଏବଂ ପାରା ୪୨ ଡିଗ୍ରୀ ଛୁଇଁଛି । ଦିନ ୧୧ଟା ପରେ ବାହାରକୁ ଯିବାକୁ ଭୟ କରିଛନ୍ତି ଲୋକେ । ବରଗଡ଼ ନଗରପାଳିକା ତରଫରୁ ବରଗଡ଼ ସହରରେ ୧୭ ଗୋଟି ସ୍ଥାନରେ ପିଇବା ପାଣିପାଇଁ ଜଳଛତ୍ରର ବ୍ୟବସ୍ଥା କରାଯାଇଛି । ମାତ୍ର ଏଥିରେ ଅନେକ ସମସ୍ୟା ରହିଛି ଫଳରେ ପିଇବା ପାଣି ମୁନ୍ଦେ ପାଇଁ ବାହାରୁ ଆସୁଥିବା ଯାତ୍ରୀମାନେ ସହରରେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଗୁଳୁଗୁଳି ସହିତ ଅତ୍ୟଧିକ ଗରମ ପଥିକ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପେଟପାଟଣା ପାଇଁ ରାସ୍ତାକଡରେ ବିକ୍ରି କରୁଥିବା ଖୁଚୁରା ବେପାରୀଙ୍କ ଜୀବନଜୀବିକା ଉପରେ ମଧ୍ୟ ପଡ଼ିଛି ପ୍ରଭାବ । ବେପାରି ନିଜେ ଛତା ଧରି ଟାଣ ଖରାରେ ଦି' ପଇସା ପାଇଁ ଗ୍ରାହକର ଅପେକ୍ଷାରେ ରହିଥିବା ବେଳେ ପ୍ରବଳ ଖରାରେ ଗ୍ରାହକଙ୍କ ଦେଖା ନାହିଁ ।

ରାସ୍ତାକଡରେ ବିକ୍ରି ହେଉଥିବା ଥଣ୍ଡାପାନୀୟ ଦୋକାନରେ ପଥିକ ମାନଙ୍କ ଭିଡ ଲାଗିରହିଥିବା ବେଳେ ଆଖୁରସ , ତରଭୁଜ ଓ ଦହିବଡ଼ା ଠେଲା ମାନଙ୍କରେ ଭିଡ ଜମିଛି । ବର୍ତମାନ ସମୟରେ ସାରା ସହରରେ ପାରା ୪୨ ଡ଼ିଗ୍ରୀକୁ ଛୁଇଁଛି । ଏଭଳି ସ୍ଥିତିରେ ଜିଲ୍ଲାରେ ଜଳକଷ୍ଟ ଭୟାନକ ଅବସ୍ଥାରେ । ଏହାସହ ଆଉ ଅଳ୍ପଦିନ ଗଲେ କେନାଲ ପାଣି ମଧ୍ୟ ବନ୍ଦ ହେବା ସଙ୍ଗେ ସଙ୍ଗେ ୪୫ ଡ଼ିଗ୍ରୀକୁ ପହଞ୍ଚି ଯାଇଥିବ ଗରମ ।

ଏଭଳି ସମୟରେ ବରଗଡ଼ରେ ପାନୀୟ ଜଳ ସମସ୍ୟା ସହିତ ଆଖପାଖ ଅଞ୍ଚଳର ବନ୍ଧ ଓ ପୋଖରୀ ମାନେ ମଧ୍ୟ ଶୁଷ୍କ ହୋଇପଡ଼ିଥାଏ ଏବଂ ବରଗଡ଼ରେ ଦେଖାଦେଇଥାଏ ପ୍ରବଳ ଜଳସଙ୍କଟ ଓ ଅଂଶୁଘାତରେ ଲୋକଙ୍କ ମୃତ୍ୟୁ ଆଶଙ୍କା । ଅଂଶୁଘାତ ନେଇ ଲୋକଙ୍କୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ ମଧ୍ୟ କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details