ଓଡିଶା

odisha

ETV Bharat / state

ରାହା ଖୋଜୁଛି ମାୟା, ସହାୟତା ଅପେକ୍ଷାରେ ବରଗଡର ବୁଣାକାର ପରିବାର - ବରଗଡ଼ ବୈରାଖପାଲି ପଞ୍ଚାୟତ

ବହୁତ କିଛି ମନରେ ଚାପି ରଖି ମାଆ କୋଳରେ ଜାକିଜୁକି ହୋଇ ଶୋଇ ରହୁଛି ମାୟାବତୀ। 18 ବର୍ଷର ମାୟା ଆଜିବି ଛାଡୁନି ମାଆ ପଣତ। ସକାଳୁ ସଞ୍ଜ ଯାଏଁ ବାସ୍ ଗୋଟିଏ ଯାଗରେ । ଏଭଳି ବଢିଲା ଝିଅକୁ ଅକର୍ମଣ୍ୟ ଦେଖି ବାପା-ମାଆଙ୍କ ଛାତି ଫାଟିଯାଉଛି । ଏହି ଅକଥନୀୟ କଷ୍ଟ ମାଡି ବସିଛି ବରଗଡ଼ ବୈରାଖପାଲି ପଞ୍ଚାୟତର ଲକ୍ଷ୍ମୀ ଓ ପରମାନନ୍ଦ ମେହେରଙ୍କ ପରିବାର ଉପରେ ।

ଡିଜାଇନ ଫଟୋ

By

Published : Aug 6, 2019, 4:53 AM IST

ବରଗଡ଼:୧୮ ବର୍ଷର କୋମଳମତି ଝିଅ ମାୟାବତୀ ଏବେବି ଶୋଇଛି ମାଁ କୋଳରେ । ସାଙ୍ଗ ସାଥିମାନେ କଲେଜ ପଢ଼ିବାକୁ ଗଲେଣି ହେଲେ ମାୟାବତୀ ମାଟିରେ ପାଦ ଦେଇପାରୁନାହିଁ । ଏସବୁ ଦେଖି ମାଆ-ବାପାଙ୍କ ଆଖିରୁ ଲୁହ ଝରିଯାଏ । ଗରିବ ବୁଣାକାର ଘରେ ଜନ୍ମ ନେଇଥିବା ମାୟାବତୀ ନିଜେ ଭାଗ୍ୟଚକ୍ରର ମାୟାରେ ଛନ୍ଦି ହୋଇଯାଇଛି। ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବୈରାଖପାଲି ପଞ୍ଚାୟତର ଭାଲୁବାହାଲ ଗ୍ରାମର ଲକ୍ଷ୍ମୀ ଓ ପରମାନନ୍ଦ ମେହେରଙ୍କ ଝିଅ ମାୟାର କାହାଣୀ ।

ଗରିବ ବୁଣାକାରଙ୍କ ପରିବାରର ଦୁଃଖ କହିଲେ ନସରେ । ନିଜ ଆଖି ସାମନାରେ ନିଜ ଝିଅର ଛଟପଟ ହେଉଥିବା ଦେଖି ଅସମ୍ଭାଳ ହୋଇଯାନ୍ତି ମାଆ-ବାପା। ଝିଅ ଜନ୍ମ ହେବାର କିଛି ବର୍ଷ ପରେ ଅପପୁଷ୍ଟି ଜନିତ ରୋଗର ଶିକାର ହୋଇଥିଲା ଝିଅ ମାୟାବତୀ । ଗରିବ ପରିବାର ହୋଇଥିବାରୁ ଖାଦ୍ୟପେୟ ଅଭାବ କାରଣରୁ ଝିଅ ଉପରେ ପଡିଥିଲା ପ୍ରଭାବ ଏବଂ ଖେଳକୁଦ କରୁଥିବା ମାୟାବତୀ ହଠାତ ଅଚେତ ହୋଇପଡିଥିଲା । ସେହି ଦିନଠାରୁ ହାତଗୋଡ଼ ଛୋଟ ପଡିଯାଇଥିଲା ଏବଂ ଆଦୌ ଶରୀର ବୃଦ୍ଧି ହୋଇନଥିଲା ମାୟାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଆଜକୁ ୧୮ ବର୍ଷ ହୋଇ ସାରିଲାଣି । ମାୟାବତୀର ସାଙ୍ଗ ସାଥୀମାନେ କଲେଜ ପାଠ ପଢିବାକୁ ଯାଉଛନ୍ତି ହେଲେ ମାୟାର ଆଜିମଧ୍ୟ କୁନି ଝିଅ ହୋଇ ନିଜ ମାଁ କୋଳରେ ପଡ଼ିରହିଛି। ଗରିବ ବାପା-ମାଆ ଆଜି ପର୍ଯ୍ୟନ୍ତ ଝିଅର ସେବା କାମରେ ଲାଗିରହିଥିବା ବେଳେ କୌଣସି କାମଧନ୍ଦା ମଧ୍ୟ କରିପାରୁ ନାହାଁନ୍ତି । ଫଳରେ ଅର୍ଥାଭାବ ଯୋଗୁଁ ଘରେ ଚୁଲି ଜଳିବା ମଧ୍ୟ ବନ୍ଦ ହୋଇଗଲାଣି । ଲୁଗାବୁଣି ଦୁଇ ପଇସା ରୋଜଗାର କରୁଥିବା ଗରିବ ବୁଣାକାର ପାଇଁ ଝିଅର ବ୍ୟୟବହୁଳ ଚିକିତ୍ସା ମଧ୍ୟ ସମ୍ଭବପର ନୁହେଁ । ତେଣୁକରି ବରଗଡ଼ ଜିଲ୍ଲାପାଳଙ୍କ ନିକଟକୁ ସହାୟତାର ଭିକ ମାଗିବା ପାଇଁ ପହଞ୍ଚିଛନ୍ତି ମାୟାର ବାପା-ମାଆ ।


ଦୀର୍ଘ ୧୮ ବର୍ଷ ହେଲା ନିଜ ଝିଅର ଚିକିତ୍ସା ଓ ସେବାରେ ସବୁକିଛି ହରାଇବସିଥିବା ଏହି ଗରିବ ପରିବାର ଏବେ ଜିଲ୍ଲା ପ୍ରଶାସନଙ୍କ ସାହାଯ୍ୟର ବାଟକୁ ଅନାଇ ବସିଛନ୍ତି । ସେମାନଙ୍କୁ ଯଦି ସାହାଯ୍ୟ ମିଳେ ତେବେ ଆର୍ଥିକ ବୋଝରୁ କିଛିଟା ରକ୍ଷାପାଇ ଦୁଇବେଳା ଖାଇବାକୁ ପାଇବେ ଏହି ପରିବାର ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details