ଓଡିଶା

odisha

ETV Bharat / state

ବର୍ଦ୍ଧିତ ସ୍କୁଲଫି’ କୁ ନେଇ ଅଭିଭାବକଙ୍କ ଆନ୍ଦୋଳନ - school

ବରଗଡ ବ୍ଲକ ତୋରା ଗ୍ରାମରେ ରହିଥିବା ବେଥାନି କନଭେଣ୍ଟ ସ୍କୁଲରେ ପିଲାଙ୍କ ବର୍ଦ୍ଧିତ ମାତ୍ରାଧିକ ସ୍କୁଲ ଫିକୁ ନେଇ ଅଭିଭାବକ ମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଡିଜାଇନ ଫଟୋ

By

Published : Jun 26, 2019, 11:13 PM IST

ବରଗଡ: କନଭେଣ୍ଟ ସ୍କୁଲ ଫିକୁ ନେଇ ପୁଣି ତାତିଲେ ଅଭିଭାବକ । ବରଗଡ ବ୍ଲକ ତୋରା ଗ୍ରାମରେ ରହିଥିବା ବେଥାନି କନଭେଣ୍ଟ ସ୍କୁଲରେ ପିଲାଙ୍କ ବର୍ଦ୍ଧିତ ମାତ୍ରାଧିକ ସ୍କୁଲ ଫିକୁ ନେଇ ଅଭିଭାବକ ମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଆଜି(ବୁଧବାର) ବେଥାନୀ ସ୍କୁଲ ଖୋଲିଥିବାବେଳେ ଅଭିଭାବକମାନେ ସ୍କୁଲ ସମ୍ମୁଖରେ ଆନ୍ଦୋଳନ କରି ସ୍କୁଲକୁ ସମ୍ପୂର୍ଣ୍ଣ ଅଚଳ କରିଦେଇଥିଲେ ।

ତେବେ ବିଭିନ୍ନ ଘରୋଇ ସ୍କୁଲରେ ଏଲକେଜିରୁ ଦଶମ କ୍ଲାସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କର ସ୍କୁଲ ଫି କମ ରହିଥିବାବେଳେ ତୋରାରେ ରହିଥିବା ବେଥାନୀ କନଭେଣ୍ଟ ସ୍କୁଲରେ ସ୍କୁଲ ଫି ଅନ୍ୟ ସ୍କଲ ଅପେକ୍ଷା ଅଧିକ ଥିବାରୁ ଅଭିଭାବକ ମାନେ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ।

ତେବେ ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପୁରୁଣା ଫି ଅନୁସାରେ ସ୍କୁଲ ପିଲାଙ୍କ ନାମ ଲେଖାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ତ୍ବେ ଉକ୍ତ ସ୍କୁଲରେ ଚଳିତ ବର୍ଷ ୧୫ % ସ୍କୁଲ ଫି ବୃଦ୍ଧିକରିଥିବାରୁ ଅଭିଭାବକ ମାନେ ନାରାଜ ହୋଇ ପୁଣି ଆନ୍ଦୋଳନ କରିଛନ୍ତି ।

ପରେ ଆନ୍ଦୋଳନ ଦେଖି ରାଞ୍ଚିରୁ ଆସିଥିବା ସ୍କୁଲ ସୋସାଇଟିର ଉଚ୍ଚ ପଦାଧିକାରୀ ମାନେ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ଫିକୁ 15 ପ୍ରତିଶତରୁ 10 ପ୍ରତିଶତକୁ କମାଇବାକୁ ସହମତି ହୋଇଥିବା ଜଣାପଡିଛି । ଫଳରେ ଗୁରୁବାର ଠାରୁ ଛାତ୍ରଛାତ୍ରୀ ସ୍କୁଲକୁ ପାଠ ପଢିବାକୁ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details