ଓଡିଶା

odisha

ବ୍ୟାଙ୍କ ଲକରରୁ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଗାଏବ ଅଭିଯୋଗ

By

Published : Feb 18, 2021, 8:42 PM IST

ବରଗଡ ସହରରେ ଥିବା ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖା ଲକରରୁ 50 ଲକ୍ଷ ଟଙ୍କାର ଗହଣା ଗାଏବ ଅଭିଯୋଗ । ଅଧିକ ପଢନ୍ତୁ....

ବ୍ୟାଙ୍କ ଲକରରୁ  ୫୦ ଲକ୍ଷ ଟଙ୍କାର ସୁନା ଗହଣା ଗାଏବ ଅଭିଯୋଗ
ବ୍ୟାଙ୍କ ଲକରରୁ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଗାଏବ ଅଭିଯୋଗ

ବରଗଡ: ସହରରେ ଥିବା ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖାର କର୍ମଚାରୀଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ । ଷ୍ଟେଟ ବ୍ୟାଙ୍କ ଲକରରୁ ଜଣେ ମହିଳାଙ୍କର ୫୦ ଲକ୍ଷର ସୁନା ଗହଣା ଗାଏବ ହୋଇଯାଇଥିବା ଆଭିଯୋଗ ହୋଇଛି । ଏନେଇ ମହିଳା ଜଣକ ବରଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି ।

ବ୍ୟାଙ୍କ ଲକରରୁ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଗାଏବ ଅଭିଯୋଗ

ସୂଚନା ଅନୁଯାୟୀ ବରଗଡ ସହରର ମହାନ୍ତିପଡା ବାସିନ୍ଦା ସ୍ନିଗ୍ଧା ତ୍ରିପାଠୀଙ୍କ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଥିବା ଲକରରେ ସୁନା ଗହଣା ରଖିଥିଲେ । 2016 ମସିହା ପରଠାରୁ ମହିଳା ଜଣକ ଏହି ଲକର ଖୋଲିନଥିଲେ । ମାତ୍ର ଆଜି ସେ ଯେତେବେଳେ ବ୍ୟାଙ୍କ ଆସି ଲକର ଖୋଲିଥିଲେ ଲକରରେ ତାଙ୍କର ସୁନା ଗହଣା ନଥିବା ଦେଖିବାକୁ ପାଇଥିଲେ । । ଏପରିକି ବ୍ୟାଙ୍କର ଲକର ଦାୟିତ୍ବରେ ରହିଥିବା କର୍ମଚାରୀଙ୍କ ଅଜବ ବ୍ୟବହାର ଦେଖିଥିଲେ ମହିଳା ଜଣକ । ତେବେ ମହିଳା ଜଣଙ୍କର 282 ନମ୍ବର ଲକରକୁ ନିଜେ ଖୋଲିବା ପୂର୍ବରୁ ଲକର କର୍ମଚାରୀ ଜଣକ ନିଜେ ମହିଳାଙ୍କ ହାତରୁ ଚାବି ନେଇଯାଇ ଲକର ଖୋଲିଦେଇଥିଲେ ଯାହାଫଳରେ ଲକରଟି ପୂର୍ବରୁ ଖୋଲାଥିଲା ନା ନାହିଁ ତାହା ମଧ୍ୟ ମହିଳା ଜଣକ ଜାଣି ପାରିନଥିବା ଅଭିଯୋଗ କରିଛନ୍ତି ।

ତେବେ ଲକର କର୍ମଚାରୀଙ୍କର ଏପରି ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ ବ୍ୟାଙ୍କ କର୍ମଚାରୀଙ୍କୁ ସନ୍ଦେହ କରୁଛନ୍ତି ଅଭିଯୋଗକାରୀ ସ୍ନିଗ୍ଧା ତ୍ରିପାଠୀ । ଅନ୍ୟପଟେ ପୋଲିସ ବ୍ୟାଙ୍କରେ ପହଞ୍ଚି ଏହି ଘଟଣାର ତଦନ୍ତ ଚଳାଇଥିବାବେଳେ ବ୍ୟାଙ୍କ ମ୍ୟାନେଜର ଏବଂ ଲକର କର୍ମଚାରୀ କିନ୍ତୁ ବ୍ୟାଙ୍କର କୌଣସି ଅବହେଳା ବା ଭୁଲ ନଥିବା ସଫେଇ ଦେଇଥିବା ଦେଖିବାକୁ ମିଳିଛି । ତେବେ ଲକର ଭଳି ସୁରକ୍ଷିତ ସ୍ଥାନରୁ ଗହଣା ଗାଏବ ହେବା ଓ ବ୍ୟାଙ୍କ କର୍ମଚାରୀଙ୍କ ଏପରି ଅସ୍ବାଭାବିକ ବ୍ୟବହାର ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ପୋଲିସର ତଦନ୍ତ ହିଁ ପ୍ରକୃତ ସତ୍ୟ ପଦାକୁ ଆଣି ପାରିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details