ଓଡିଶା

odisha

ETV Bharat / state

ବୁଣାକାରରୁ କରାଟେ ମାଷ୍ଟର, ଦେଶ ପାଇଁ ସ୍ବର୍ଣ୍ଣ ଜିତି ଗୌରବ ଆଣିଲେ ଗଜେନ୍ଦ୍ର - ସ୍ବର୍ଣ୍ଣ ବିଜେତା ଗଜେନ୍ଦ୍ରଙ୍କ ନ୍ୟୁଜ

ଯଦି ସ୍ବପ୍ନ ସାକାର କରିବାକୁ ଜିଦ ଅଛି ତେବେ ସବୁ ବାଧା ହାରିବାଟା ଥୟ । ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଆଜି ସଫଳତାର ଶୀର୍ଷକୁ ଛୁଇଁ ପାରିଛନ୍ତି ବରଗଡ ଜିଲ୍ଲା ବିଜେପୁର ଗ୍ରାମର ଗରିବ ବୁଣାକାର ପରିବାରର ଯୁବକ ଗଜେନ୍ଦ୍ର ମେହେର । ଅଧିକ ପଢନ୍ତୁ

ଅନ୍ତର୍ଜାତୀକ କେରାଟେ ପ୍ରତିଯୋଗିତାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ
ଅନ୍ତର୍ଜାତୀକ କେରାଟେ ପ୍ରତିଯୋଗିତାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ

By

Published : Jan 28, 2022, 3:29 PM IST

ବରଗଡ: ସ୍ବପ୍ନ ସାକାର କରିବାରୁ ଦରକାର ପଡେନି ଅର୍ଥବଳ ଏଥିପାଇଁ ଦରକାର ମନୋବଳ । ଯଦି ସ୍ବପ୍ନ ସାକାର କରିବାକୁ ଜିଦ ଅଛି ତେବେ ସବୁ ବାଧା ହାରିବାଟା ଥୟ । ସ୍ବପ୍ନକୁ ସତ କରିବାକୁ ଅନେକ ଚାହାଁନ୍ତି ହେଲେ ସଫଳ ସେଇମାନେ ହୁଅନ୍ତି ଯିଏ ପରିସ୍ଥିତିକୁ ସାମ୍ନା କରନ୍ତି । ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଆଜି ସଫଳତାର ଶୀର୍ଷକୁ ଛୁଇଁ ପାରିଛନ୍ତି ବରଗଡ ଜିଲ୍ଲା ବିଜେପୁର ଗ୍ରାମର ଗରିବ ବୁଣାକାର ପରିବାରର ଯୁବକ ଗଜେନ୍ଦ୍ର ମେହେର । ଆନ୍ତର୍ଜାତିକ କରାଟ ଚମ୍ପିୟନସିପରେ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ଗଜେନ୍ଦ୍ର ।

ବୁଣାକାରରୁ କରାଟେ ମାଷ୍ଟର, ଦେଶ ପାଇଁ ସ୍ବର୍ଣ୍ଣ ଜିତି ଗୌରବ ଆଣିଲେ ଗଜେନ୍ଦ୍ର

ଖେଳକୁଦ ଓ ନାଚଗୀତ ପରି ଅନେକ ପ୍ରତିଭାର ଅଧିକାରୀ ଗଜେନ୍ଦ୍ର । ପିଲାଟି ବେଳୁ କରାଟେ କିଛି ସ୍ବତନ୍ତ୍ର କରିବା ପାଇଁ ସ୍ବପ୍ନ ଦେଖିଥିଲେ । ମାଆ, ବାପା ଓ 4 ଭଉଣୀଙ୍କ ସହିତ ଗଜେନ୍ଦ୍ର ଥିଲେ ଜଣେ ଗରିବ ବୁଣାକାର ପରିବାରର ଏକମାତ୍ର ମାତ୍ର ପୁଅ । ଗଜେନ୍ଦ୍ରଙ୍କ ମୁଣ୍ଡରେ ଥିଲା ଘର ଚଳାଇବାର ଦାୟିତ୍ଵ । ଲୁଗାବୁଣି ଶାଢୀ ବିକ୍ରି ନକଲେ ଘରେ ଚୁଲି ଜଳିବା କଷ୍ଟକର । ଦୁଇବେଳା ଭଲ ଖାଇବାକୁ ତାଙ୍କୁ କରିବାକୁ ପଡୁଥିଲା ସଂଘର୍ଷ । ଏ କଷ୍ଟକର ପରିସ୍ଥିତିରେ ମଧ୍ୟ ହାର ନମାନି ନିଜର ସ୍ଵପ୍ନ ପୁରା କରିବାକୁ ବହୁ ପରିଶ୍ରମ କରିଥିଲେ ସେ । କରାଟେ ଶିଖିଥିଲେ ଗରିବ ବୁଣାକାର ପୁଅ ଗଜେନ୍ଦ୍ର ।

ପେଟପାଟଣା ପାଇଁ ଗୋଟେ ପଟେ ଦିନରାତି ଲୁଗାବୁଣା ଓ ଶାଢୀ ବିକ୍ରିରେ ସମୟ ବିତିଯାଉଥିବାବେଳେ ଅନ୍ୟପଟେ ଦୈନନ୍ଦିନ ଜୀବନରୁ କିଛି ସମୟ ବାହାର କରି କରାଟେ ଅଭ୍ୟାସ ମଧ୍ୟ ଜାରି ରଖିଥିଲେ । ଦେଶପାଇଁ ଗାଁ ପାଇଁ କିଛି କରିଦେଖାଇବାର ସ୍ଵପ୍ନ ଗଜେନ୍ଦ୍ରଙ୍କ ଆଖିରୁ ନିଦ ହଜେଇ ଦେଇଥିଲା । ଶେଷରେ ହାର ମାନିଥିଲା ଦାରିଦ୍ର୍ୟତା, ସମସ୍ୟା । ଆଉ ଆରମ୍ଭ ହୋଇଥିଲା ବିଜେପୁରରୁ ବିଶାଖାପାଟଣା ଯାତ୍ରା । ବିଶାଖାପାଟନମରେ ଆୟୋଜିତ 5th ଅନ୍ତର୍ଜାତିକ କରାଟେ ଚମ୍ପିଆନସିପରେ ବିଜୟୀ ହୋଇ ଦେଶ ପାଇଁ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଗଜେନ୍ଦ୍ର ମେହେର । ବିଶାଖାପାଟଣାର ସ୍ପୋର୍ଟ ଷ୍ଟେଡିୟମ ଠାରେ ଜାନୁୟାରୀ 7ରୁ 10 ତାରିଖ ପର୍ଯ୍ୟନ୍ତ ହୋଇଥିବା ଅନ୍ତର୍ଜାତୀୟ କରାଟେ ଚମ୍ପିଆନସିପରେ ଭାରତୀୟ ଟିମରେ ଅଂଶଗ୍ରହଣ କରି 7 ଗୋଟି ଦେଶ ସହିତ ଲଢେଇ କରି ସମସ୍ତଙ୍କୁ ପରାସ୍ତ କରି ଏ ସଫଳତା ପାଇଛନ୍ତି ଗଜେନ୍ଦ୍ର ମେହେର ।

ଏକ ଗରିବ ପରିବାରରୁ ଜନ୍ମ ନେଇଥିବା ଗଜେନ୍ଦ୍ର ଦେଶ ପାଇଁ ସ୍ଵର୍ଣ ପଦକ ଜିତି ନିଜ ଜନ୍ମମାଟି ବିଜେପୁର ତଥା ବରଗଡ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସୂକ୍ଷ୍ମ କାରିଗରୀ କାମ କରି ଲୁଗା ବୁଣୁଥିବା ଗରିବ ବୁଣାକାର ଦିନେ ଯେ କରାଟେରେ ଦେଶ ପାଇଁ ସ୍ଵର୍ଣ ଆଣିବ ତାହା କିଏ ବା କଳ୍ପନା କରିଥିଲା । ଲୁଗା ବୁଣି ଘର ଚଲାଉଥିବା ଗଜେନ୍ଦ୍ର ଦିନେ ଘର ଲୋକଙ୍କୁ ନଜଣାଇ ସେ ଲୁଚିଛୁପି କରାଟେ ଶିଖିଥିଲେ ଆଉ ଆଜି ତାଙ୍କ ସଫଳତା ଚାରିଆଡେ ପ୍ରସାରିତ । ତାଙ୍କ ଦୃଢ ଇଚ୍ଛା ଶକ୍ତି ଆଜି ତାଙ୍କୁ ଉଚ୍ଚ ଶିଖରକୁ ପହଞ୍ଚାଇଛି । ଗଜେନ୍ଦ୍ରଙ୍କ ଆତ୍ମବିଶ୍ବାଶ ଓ ଇଚ୍ଛାଶକ୍ତି ପାଇଁ ହାସଲ କରିଥିବା ଏ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ABOUT THE AUTHOR

...view details