ଓଡିଶା

odisha

ETV Bharat / state

ବାହାଘର ଭୋଜି ଖାଇ ୭୦ ଅସୁସ୍ଥ, ଗ୍ରାମରେ ପହଞ୍ଚିଲା ଡାକ୍ତରୀ ଟିମ

ବରଗଡର ବରାହଗୋଡା କଲୋନୀ ପଡାର ଏକ ବିବାହ ଭୋଜି ଖାଇ 70 ଲୋକ ଅସୁସ୍ଥ। ଘଟଣାଟି ଜଣା ପଡିବା ପରେ ବରଗଡ ମୁଖ୍ୟ ଡାକ୍ତରଖାନାରୁ ଏକ ଟିମ ସେଠାରେ ପହଞ୍ଚି ଅସୁସ୍ଥଙ୍କ ଚିକିତ୍ସା କରିଛନ୍ତି। ଅଧିକ ଖବର ପଢନ୍ତୁ...

_FOOD POISONING
ବାହାଘର ଭୋଜି ଖାଇ ୭୦ ଅସୁସ୍ଥ, ଗ୍ରାମରେ ପହଞ୍ଚିଲା ଡାକ୍ତରୀ ଟିମ

By

Published : Jan 19, 2020, 2:51 PM IST


ବରଗଡ: ବିବାହ ଭୋଜି ଖାଇ ପ୍ରାୟ 70 ଜଣ ଅସୁସ୍ଥ । ଏଭଳି ଅଭାବନୀୟ ଘଟଣା ବରଗଡ ଉପକଣ୍ଠସ୍ଥ ବରାହଗୁଡା ଗ୍ରାମରେ ଘଟିଛି । ଏହି ଘଟଣାଟି ଜଣା ପଡିବା ପରେ ବରଗଡ ମୁଖ୍ୟ ଡାକ୍ତରଖାନାରୁ ଏକ ଟିମ ସେଠାରେ ପହଞ୍ଚି ଅସୁସ୍ଥଙ୍କ ଚିକିତ୍ସା କରିଛନ୍ତି ।

ଖବର ଥାଉକି, ବରାହଗୋଡା କଲୋନୀ ପଡାର ଗଙ୍ଗାଧର କୁମ୍ଭାରଙ୍କ ନାତି ବାହାଘର ଭୋଜିରେ ବହୁ ଲୋକ ସାମିଲ ହୋଇଥିଲେ । ଭୋଜି ଖାଇ ସାରି ଯାଇଥିବା ଅଧିକାଶଂ ଲୋକଙ୍କୁ ସକାଳେ ଝାଡା ବାନ୍ତି ହୋଇଥିଲା ।

ବାହାଘର ଭୋଜି ଖାଇ ୭୦ ଅସୁସ୍ଥ, ଗ୍ରାମରେ ପହଞ୍ଚିଲା ଡାକ୍ତରୀ ଟିମ

ତେବେ ଏହି ଘଟଣା ପ୍ରସାରିତ ହେବା ପରେ କଳାପାଣି ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ମନୋରଞ୍ଜନ ହୋତା ଏବଂ ବରଗଡ ମୁଖ୍ୟ ଚିକିତ୍ସାଳୟର ଏକ ଟିମ ବରାହଗୁଡାକୁ ପହଞ୍ଚି ଅସୁସ୍ଥ ଲୋକଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି |

ଭୋଜିରେ ରନ୍ଧା ଯାଇଥିବା ଖାଦ୍ୟ କୌଣସି କାରଣରୁ ବିଷକ୍ରୀୟା ହୋଇଯାଇଥିବାରୁ ଏପରି ଅଘଟଣ ଘଟିଥିବା ଅନୁସନ୍ଧାନରୁ ଜଣାପଡିଛି। ତେବେ ଭୋଜିରେ ବ୍ୟବହୃତ ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ନମୁନା ସଂଗ୍ରହ କରାଯାଇ ଏହାର ପରୀକ୍ଷା ପାଇଁ ଲ୍ୟାବ ପଠାଯାଇଥିବା ଜଣାପଡିଛି |

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ABOUT THE AUTHOR

...view details