ଓଡିଶା

odisha

ETV Bharat / state

ଚୋରି ସାମଗ୍ରୀ କିଣି ଧରାପଡିଲେ ଅଗ୍ନିଶମ କର୍ମଚାରୀ, ଭିଡିଓ ଭାଇରାଲ

ଅଗ୍ନିଶମ ବିଭାଗର କର୍ମଚାରୀ ବିଦ୍ୟୁତ ବିଭାଗର ଚୋରା ଲୁହା ଖୁଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ଅପଦସ୍ତ ହୋଇଛନ୍ତି | ବିଦ୍ୟୁତ ବିଭାଗୀୟ କର୍ମଚାରୀଙ୍କ ଦ୍ଵାରା ଅପଦସ୍ତ କରାଯାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେଶନ ଲିମିଟେଡ (OPTCL )ରେ ଏପରି ଏକ  ଘଟଣା ଘଟିଛି ।

By

Published : May 16, 2019, 11:43 AM IST

Updated : May 16, 2019, 12:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ସରକାରୀ ବାବୁଙ୍କ ଅଜବ ନିଶା । ଚୋରା ଲୁହା ପାଇପ କିଣି ଲୁହାର ଖଟ ତିଆରି କରି ବିକ୍ରି କରିବା ପଡିଛି ମହଙ୍ଗା | ଜଣେ ଅଗ୍ନିଶମ ବିଭାଗର କର୍ମଚାରୀ ବିଦ୍ୟୁତ ବିଭାଗର ଚୋରା ଲୁହା ଖୁଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ଅପଦସ୍ତ ହୋଇଛନ୍ତି | ବିଦ୍ୟୁତ ବିଭାଗୀୟ କର୍ମଚାରୀଙ୍କ ଦ୍ଵାରା ଅପଦସ୍ତ କରାଯାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେଶନ ଲିମିଟେଡ (OPTCL )ରେ ଏପରି ଏକ ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ


ସୂଚନା ଅନୁଯାୟୀ ପଦ୍ମପୁର OPTCL ଗ୍ରୀଡରୁ ବାରମ୍ବାର ବିଭିନ୍ନ ସାମଗ୍ରୀ ଚୋରି ହେଉଥିବା ବେଳେ ପଦ୍ମପୁର ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ଶକ୍ତି ପ୍ରସାଦ ନାଏକଙ୍କ ସରକାରୀ କ୍ଵାର୍ଟର ଭିତରେ ଗ୍ରୀଡରୁ ଚୋରି ହୋଇଥିବା ଲୁହାଗୁଡିକ ଉଦ୍ଧାର ହୋଇଥିଲା | ଷ୍ଟେସନ ଅଫିସର ଶକ୍ତି ପ୍ରସାଦ ନାଏକ ଚୋରଙ୍କଠାରୁ ଲୁହା ସାମଗ୍ରୀ କିଣୁଥିଲେ ଏବଂ ଲୁହାର ଖଟ ନିର୍ମାଣ କରୁଥିଲେ ଯାହା OPTCL ର କର୍ମଚାରୀମାନେ ଶ୍ରୀ ନାଏକଙ୍କ କ୍ଵାର୍ଟରରୁ ଉଦ୍ଧାର କରି ପୁଣି ଗ୍ରୀଡକୁ ଆଣିଥିଲେ |


ପଦ୍ମପୁର ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ଶକ୍ତି ପ୍ରସାଦ ନାଏକ ଚୋରୀ ସାମଗ୍ରୀ ଚୋରଙ୍କ ଠାରୁ କିଣିବା ବ୍ୟକ୍ତିଗତ ଅପରାଧ ହୋଇଥିବା ବେଳେ, କେଉଁ ଆଧାରରେ ସେ ସରକାରୀ ମୋହରକୁ ବ୍ୟକ୍ତିଗତ ଭାବରେ ବ୍ୟବହାର କରିଲେ | ସରକାରୀ ମୋହରକୁ ଏପରି ଅପବ୍ୟବହାର କରି ଶ୍ରୀ ନାଏକ ଆଉ ଗୋଟେ ଅପରାଧ କରିବସିଛନ୍ତି | ଚୋରି ସାମଗ୍ରୀ କିଣି ଖଟ ତିଆରି କରିଥିବା ଷ୍ଟେସନ ଅଫିସର ଶକ୍ତି ପ୍ରସାଦ ନାଏକଙ୍କର ସ୍ଵୀକାରୋକ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲେ ମଧ୍ୟ ଥାନାରେ ଏଯାଏଁ ଏତଲା ଦିଆଯାଇ ନାହିଁ |

ବାରମ୍ବାର ବିଦ୍ୟୁତ ବିଭାଗର ସାମଗ୍ରୀ ଚୋରି କାରଣରୁ ବିଭାଗକୁ ବହୁ କ୍ଷତି ସହିବାକୁ ପଡୁଥିବାରୁ ଏହି କ୍ଷତିକୁ ଭରଣ କରିବା ପାଇଁ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ବସୁଲି କରାଯାଉଛି କିନ୍ତୁ ଯେତେବେଳେ ଏତେ ବଡ ଚୋରି ରାକେଟ ଧରା ପଡିବାପରେ ମଧ୍ୟ ବିଭାଗୀୟ କର୍ମଚାରୀ ଥାନାରେ ଏତଲା ନଦେଇ ଘଟଣାକୁ ରଫାଦଫା କରିଦେବା କେତେଦୂର ଯୁକ୍ତିଯୁକ୍ତ ତାହା ଉପରେ ଚର୍ଚ୍ଚା ହେଉଛି ।

ଏହି ଭଳି ଏକ ଗୁରୁତର ଅପରାଧିକ ଘଟଣାରେ ଗ୍ରୀଡ କର୍ମଚାରୀ ମାନେ କାହିଁକି ଉପରିସ୍ଥ ଅଫିସର ମାନଙ୍କୁ ଜଣାଇଲେ ନାହିଁ ତାହା ଉପରେ ପ୍ରଶ୍ନ ଉଠୁଛି ? ସେହିପରି କାହିଁକି ଗ୍ରୀଡ ପକ୍ଷରୁ ପଦ୍ମପୁର ଥାନାରେ ଏତଲା ଦିଆଗଲା ନାହିଁ, ଗ୍ରୀଡରେ ଚୋରି ହେଉଥିବା ଘଟଣାରେ ଗ୍ରୀଡ କର୍ମଚାରୀଙ୍କ ହାତ ନାହିଁ ତ ? ଏଭଳି ବହୁ ପ୍ରଶ୍ନ ଲୋକଙ୍କ ମନରେ ଉଠୁଥିବା ବେଳେ ଗ୍ରୀଡ କର୍ମଚାରୀଙ୍କ ସ୍ବଚ୍ଛତା ଉପରେ ସନ୍ଦେହ ଜାତ ହୋଇଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : May 16, 2019, 12:34 PM IST

For All Latest Updates

ABOUT THE AUTHOR

...view details