ଓଡିଶା

odisha

ETV Bharat / state

ତତ୍ପରତା ଦେଖାଇଲା ଅଗ୍ନିଶମ ବିଭାଗ, ବଞ୍ଚିଲା 3ଟି ପରିବାର - ପରିବାର

ଏସି ଓ କୁଲର ନ କିଣିପାରି ଅନେକେ ଘରର ଆଜବେଷ୍ଟସ ଛାତ ଉପରେ ପାଳ ପକାଇ ଘରକୁ ଥଣ୍ଡା ରଖିବାକୁ ଚେଷ୍ଟା କରୁଛନ୍ତି । ତେବେ ବରଗଡରେ ଏହାକୁ ନେଇ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସଟସର୍କିଟ ଯୋଗୁଁ ଛାତ ଉପରେ ଥିବା ପାଳରେ ଲାଗିଥିଲା ଭୟାବହ ନିଆଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : May 25, 2019, 5:45 AM IST

ବରଗଡ: ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରକୋପରୁ ବଞ୍ଚିବା ଏକପ୍ରକାର କଷ୍ଟକର ହୋଇ ପଡିଛି । ଏମିତିରେ ଏସି ଓ କୁଲର ନ କିଣିପାରି ଅନେକେ ଘରର ଆଜବେଷ୍ଟସ ଛାତ ଉପରେ ପାଳ ପକାଇ ଘରକୁ ଥଣ୍ଡା ରଖିବାକୁ ଚେଷ୍ଟା କରୁଛନ୍ତି । ତେବେ ବରଗଡରେ ଏହାକୁ ନେଇ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସଟସର୍କିଟ ଯୋଗୁଁ ଛାତ ଉପରେ ଥିବା ପାଳରେ ଲାଗିଥିଲା ଭୟାବହ ନିଆଁ । ହେଲେ ଅଗ୍ନିଶମ ବିଭାଗର ତତ୍ପରତା ଯୋଗୁଁ ବଞ୍ଚିଯାଇଥିଲେ ତିନୋଟି ପରିବାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ପ୍ରକାଶ ଯେ ଅତ୍ୟଧିକ ଗରମ ଯୋଗୁଁ ତିନୋଟି ପରିବାରର ସମସ୍ତେ ଘରେ ଶୋଇଥିବା ବେଳେ ହଠାତ୍‌ ସଟସର୍କିଟ ଯୋଗୁଁ ପାଳରେ ନିଆଁ ଲାଗିଯାଇଥିଲା । ଯାହାର ପ୍ରକୋପ ଏତେ ଅଧିକ ଥିଲା କି ସାହି ପଡିଶାରୁ ସମସ୍ତେ ଘରୁ ବାହାରି ଆସିଥିଲେ । ପରେ ଘର ଭିତରେ ଗରମ ବଢିଯିବାରୁ ପରିବାର ଲୋକେ ମଧ୍ୟ ବାହାରକୁ ଆସି ଛାତରେ ନିଆଁ ଲାଗିଥିବେ ଦେଖିଥିଲେ । ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର କରାଯିବା ପରେ କିଛି ମୁହୂର୍ତ୍ତରେ ଘଟଣାସ୍ଥଳରେ ପହଞ୍ଚିଯାଇଥିଲା ବିଭାଗ ।

ଫଳରେ କିଛି କ୍ଷୟକ୍ଷତି ଘଟିବା ପୂର୍ବରୁ ପରିବାରର ସମସ୍ତ ସଦସ୍ୟଙ୍କ ସମେତ ଅନେକ ଧନ ସମ୍ପତ୍ତିକୁ ବଞ୍ଚାଯାଇ ପାରିଥିଲା । ଘଟଣାସ୍ଥଳରେ 2ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିଶମ ବିଭାଗର ଏହି ତତ୍ପରତାକୁ ସମସ୍ତେ ପ୍ରଶଂସା କରିବା ସହ ସମୟରେ 3ଟି ପରିବାରର ସମସ୍ତ ଧନ ସମ୍ପଦ ବଞ୍ଚାଇଥିବାରୁ ଧନ୍ୟବାଦ ଜଣାଇଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details