ଓଡିଶା

odisha

ବରଗଡ଼ରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ, ବିଚ୍‌ ବଜାରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୂର୍ବ ଶତ୍ରୁତାକୁ ନେଇ ବରଗଡ଼ ବସଷ୍ଟାଣ୍ଡରେ ଫୁଟିଲା ଗୁଳି । ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଅଧିକ ପଢ଼ନ୍ତୁ

By

Published : Mar 10, 2023, 5:03 PM IST

Published : Mar 10, 2023, 5:03 PM IST

Updated : Mar 10, 2023, 5:15 PM IST

ବରଗଡ଼ ବସଷ୍ଟାଣ୍ଡରେ ଫୁଟିଲା ଗୁଳି
firing in bargarh

ବିଚ୍‌ ବଜାରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବରଗଡ଼:ବିଚ ବଜାରରେ ଫୁଟିଲା ଗୁଳି l ରାସ୍ତା ଉପରେ ବୁଲିଲା ଖଣ୍ଡା ସହିତ ବିଭିନ୍ନ ପ୍ରକାର ମାରଣାସ୍ତ୍ର । ବରଗଡ଼ର ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟରେ 30ରୁ 40 ଜଣ ଦୁର୍ବୁତ୍ତ ହଠାତ ବାଇକରେ ଆସି 4 ରାଉଣ୍ଡ ଗୁଳି ଫୁଟାଇବା ସହ ଜଣେ ଯୁବକଙ୍କୁ ଧାରୁଆ ଆସ୍ତ୍ରରେ ମାରଣାନ୍ତକ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ l ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣାପଡିଛି l ଜନଗହଳି ସ୍ଥାନରେ ଦୁର୍ବୃତ୍ତଙ୍କ ଏଭଳି ଗୁଣ୍ଡାରାଜକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା ।

ସୂଚନା ଅନୁଯାୟୀ, ଗୁରୁବାର ରାତି ୯ଟା ସମୟରେ ବରଗଡ଼ର ସ୍ଥାନୀୟ ସରକାରୀ ବସ ଷ୍ଟାଣ୍ଡ ନିକଟରେ ଜଗନ୍ନାଥ କର୍ଣ୍ଣ ନାମକ ଜଣେ ଯୁବକ ତାଙ୍କ ସାଙ୍ଗସାଥୀଙ୍କ ସହିତ ଏକ କୁକୁଡ଼ା ଦୋକାନରେ ବସିଥିଲେ । ଏହି ସମୟରେ ହଠାତ ବାଇକରେ 30ରୁ ଅଧିକ ଯୁବକ ମୁହଁରେ ମୁଖା ଲଗାଇ ପହଞ୍ଚିଥିଲେ ଏବଂ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଚାଲିଯିବାକୁ କହି ଗୁଳି ଚଳାଇଥିଲେ । ସେଠାରେ ଥିବା ଜଗନ୍ନାଥ କର୍ଣ୍ଣ ଓ ଲକ୍ଷଣ ସାହୁ ନାମକ ଦୁଇ ଯୁବକଙ୍କୁ ହଠାତ ଆକ୍ରମଣ କରିଥିଲେ । ଜଗନ୍ନାଥଙ୍କୁ 2 ରାଉଣ୍ଡ ଗୁଳି ମାରିଥିଲେ, ଗୋଟିଏ ଗୁଳି ତାଙ୍କ ଗୋଡ଼ରେ ବାଜିଥିବା ବେଳେ ସୌଭାଗ୍ୟ ବଶତଃ ଅନ୍ୟ ଗୁଳିଟି ଦେହରେ ବାଜିନଥିଲା l ଏହାପରେ ଆକ୍ରମଣକାରୀମାନେ ଭୁଜାଲି, କଟୁରି ଓ ଧାରୁଆ ଖଣ୍ଡାରେ ଜଗନ୍ନାଥଙ୍କ ମୁଣ୍ଡ, ହାତ, ଗୋଡ଼ ଓ ପିଠିରେ ଚୋଟ ଉପରେ ଚୋଟ ମାରି ଲହୁଲୁହାଣ କରିଥିଲେ ।

ଏହାପରେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଜଗନ୍ନାଥ କର୍ଣ୍ଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ପୁରୁଣା ଡାକ୍ତରଖାନାକୁ ନେଇଥିଲେ ଏବଂ ସେଠାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା l ଜଗନ୍ନାଥଙ୍କର ମୁଣ୍ଡରେ ଓ ହାତରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କ ଗୋଡ଼ରେ ଗୁଳି ବାଜି ବାହାରି ଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ପ୍ରଚୁର ରକ୍ତଶ୍ରାବ କାରଣରୁ ସଙ୍ଗେସଙ୍ଗେ ରକ୍ତ ଯୋଗାଡ଼ କରି ତାଙ୍କୁ ଦିଆଯାଇଥିଲା l ପ୍ରାରମ୍ଭରେ ତାଙ୍କ ଅବସ୍ଥା ଗୁରୁତର ଥିବାବେଳେ ବର୍ତ୍ତମାନ ତାଙ୍କ ଜୀବନ ପ୍ରତି ବିପଦ ନଥିବା ଡାକ୍ତର କହିଛନ୍ତି ।

ଜଗନ୍ନାଥ କର୍ଣ୍ଣ କିଛି ଆକ୍ରମଣକାରୀଙ୍କୁ ଚିହ୍ନି ପୋଲିସ ଆଗରେ ସେମାନଙ୍କର ନାମ କହିଥିବା ଜଣାପଡ଼ିଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଛି l ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଉକ୍ତ ଅଞ୍ଚଳକୁ ସିଲ୍‌ କରିବା ସହ ସେଠାରେ ପଡିଥିବା ଦୁଇ ରାଉଣ୍ଡ ଗୁଳି ଜବତ କରିଛି l ଆକ୍ରମଣର ଶିକାର ହୋଇଥିବା ଜଗନ୍ନାଥ କର୍ଣ୍ଣଙ୍କ ବୟାନ ରେକର୍ଡ ପରେ ପୋଲିସ ଆକ୍ରମଣକାରୀଙ୍କ ମୋବାଇଲ ଟ୍ରେସ୍‌ କରିବାରୁ ସମସ୍ତଙ୍କ ମୋବାଇଲ ବନ୍ଦ ଥିବା ଜଣାପଡ଼ିଛି l ତେବେ ବରଗଡ଼ ଏସପି ଏହି ଆକ୍ରମଣ ଘଟଣାକୁ ଅତି ଗୁରୁତ୍ୱର ସହ ନେଇ ତଦନ୍ତ ଚଳାଇଛନ୍ତି । ସମସ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବରଗଡ଼ ଏସପି l

ଇଟିଭି ଭାରତ, ବରଗଡ଼

Last Updated : Mar 10, 2023, 5:15 PM IST

ABOUT THE AUTHOR

...view details