ଓଡିଶା

odisha

ETV Bharat / state

ଫେରିଲା ବର୍ଷା, ଫେରିଲା ଖୁସି - ମୌସୁମୀ

ପୁଣି ମୌସୁମୀ ଫେରିବା ନେଇ ଖୁସି ବରଗଡ ଚାଷୀ । ବର୍ଷା ନହେବା କାରଣରୁ ମରିଯାଉଥିବା ତଳି ଏବେ ପୁଣି ଅସରାଏ ପାଣି ପାଇ ଜୀବନ୍ତ ହୋଇଉଠିଛନ୍ତି । ଲଘୁଚାପ ବର୍ଷାରେ ଖୁସି ମନାଉଛନ୍ତି ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Aug 8, 2019, 11:56 PM IST

ବରଗଡ: ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀଙ୍କ ମୁହଁରୁ ହଜିଯାଇଥିବା ହସ ପୁଣି ଫେରି ଆସିଛି । ମୌସୁମୀର ପ୍ରଥମ ବର୍ଷାରେ ଚାଷୀ ଚାଷକାର୍ଯ୍ୟ ଆରମ୍ଭ କରିଦେଇଥିବା ପରେ ମୌସୁମୀର ଦେଖାନଥିଲା । ମାତ୍ର ପୁଣି ମୌସୁମୀ ଫେରିଛି । କିଛି ଦିନ ହେବ ଲଗାଣ ବର୍ଷାରେ ପୁଣି ଚାଷକାମ ଆରମ୍ଭ କରିଛନ୍ତି ବରଗଡ ଚାଷୀ ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ମୌସୁମୀର ଏହି ଲୁଚକାଳି ଖେଳରେ ବରଗଡରେ ମରୁଡି ଭଳି ପରିସ୍ଥିତି ଦେଖାଦେଇଥିଲା । ଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ବରଗଡରେ ଅଧିକ ବୃଷ୍ଟିପାତ ହୋଇଛି । ଜିଲ୍ଲାରେ ଚଳିତ ମାସ ସାଧାରଣତଃ 412 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲାର ପଦ୍ମପୁର, ପାଇକମାଳ, ଗାଇସିଲେଟ, ଝାରବନ୍ଦ, ସୋହେଲା ଓ ଭଟଲି ବ୍ଲକର ବହୁ ଅଞ୍ଚଳର ଜମିରେ ତଳି ବର୍ଷା ଅଭାବରୁ ମରିବାକୁ ଆରମ୍ଭ ହୋଇସାରିଥିଲା କିନ୍ତୁ ଠିକ୍ ସମୟରେ ଲଘୁଚାପର ଆସିବା ଚାଷୀଙ୍କ ମନରେ ଉତ୍ସାହ ଭରିଦେଇଛି । ସେମାନେ ହଳଲଙ୍ଗଳ ଧରି ଚାଷ କରୁଥିବାର ନଜର ଆସିଛନ୍ତି ।

ବରଗଡ ଜିଲ୍ଲାରେ ପ୍ରାୟ ୬୦% ଭାଗ ଚାଷ ଜମି ରହିଥିବା ବେଳେ ଏଠାକାର ପ୍ରାୟ ୭୫% ପରିବାର ଚାଷ ଉପରେ ନିର୍ଭର କରନ୍ତି । ସେ ଧନୀ ହେଉ ବା ଗରିବ ହେଉ ସବୁ ବର୍ଗର ଲୋକଙ୍କ ପାଇଁ ଚାଷ ହେଉଛି ଏଠାକାର ପ୍ରଧାନ ଜୀବିକା ତେଣୁ ବରଗଡ ଜିଲ୍ଲାର ୩ ଲକ୍ଷରୁ ଅଧିକ ପରିବାର ଚାଷ ଉପରେ ନିର୍ଭରଶୀଳ ଥିବାବେଳେ ପ୍ରାୟ ୨ଲକ୍ଷ ୪୭ ହଜାର ୨୨ ଜଣ ଶ୍ରମିକ ଚାଷ କାମ କରି ପରିବାର ପୋଷଣ କରିଥାନ୍ତି । ଜିଲ୍ଲାର ସମୁଦାୟ 3 ଲକ୍ଷ ୪୮ ହଜାର ୭୪୭ ହେକ୍ଟର ଚାଷ ଜମି ମଧ୍ୟରୁ ୨ ଲକ୍ଷ ୪ ହଜାର ୨୪୭ ହେକ୍ଟର ଜମିରେ କେବଳ ଧାନ ଚାଷ କରାଯାଉଥିବା ବେଳେ ୧ ଲକ୍ଷ ୪୪ ହଜାର ୫ ଶହ ହେକ୍ଟର ଜମିରେ ପନିପରିବା ତଥା ଅନ୍ୟାନ୍ୟ ଚାଷ କରାଯାଇଥାଏ । ତେବେ ଚଳିତ ଖରିବ୍ ଋତୁର ଫସଲ ଅମଳ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ପ୍ରକ୍ରିୟାରେ ଧାନ ସଂଗ୍ରହ କରାଯିବ ଯାହାକି ଚାଷୀ ମାନଙ୍କ ପାଇଁ ସହଜ ଓ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details