ବରଗଡ: ବେଦମ୍ କଲାଣି ଅନଲାଇନ ବ୍ୟବସ୍ଥା । ଧାନ ବିକ୍ରି କରିବାରୁ ବଞ୍ଚିତ ପ୍ରକୃତ ଚାଷୀ । ମଣ୍ଡିରେ ଧାନ ପହଞ୍ଚିଲା ବେଳକୁ ଅଧିକାରୀ କହୁଛନ୍ତି କମ୍ୟୁଟରରେ ତୁମର ନାଁ ନାହିଁ । ଏମିତି ପରିସ୍ଥିତିରେ ହତାଶ ବରଗଡ ଜିଲ୍ଲା ଚାଷୀ । ଅତାବିରା ମଣ୍ଡିରେ ପ୍ରାୟ ୮୦୦ରୁ ଅଧିକ ଚାଷୀ ନିଜ ଧାନ ବିକ୍ରି କରି ନପାରି ନିରାଶ ହୋଇ ଫେରୁଛନ୍ତି ଘରକୁ ।
ବରଗଡରେ ଚାଷୀଙ୍କୁ ଘାରିଛି ଧାନ ବିକ୍ରି ଚିନ୍ତା - selling paddy
ଅତାବିରା ମଣ୍ଡିରେ ପ୍ରାୟ ୮୦୦ରୁ ଅଧିକ ଚାଷୀ ନିଜ ଧାନ ବିକ୍ରି କରି ନ ପାରି ନିରାଶ ହୋଇ ଫେରୁଛନ୍ତି ଘରକୁ ।
ଅତାବିରା ମଣ୍ଡିରେ ୮୦୦ରୁ ଅଧିକ ପ୍ରକୃତ ଚାଷୀଙ୍କ ପଞ୍ଜିକରଣ କରାଯାଇନଥିବା ବେଳେ ଚାଷୀମାନେ ନିଜର ଧାନ ବିକ୍ରି କରିପାରି ନାହାନ୍ତି । ଚାଷୀମାନେ ନିଜ ନିଜର କାଗଜପତ୍ର ଅଫିସମାନଙ୍କରେ ଜମା କରିଥିଲେ ସୁଦ୍ଧା ଅଧିକାରୀଙ୍କ ଖାମାଖିଆଳି କାର୍ଯ୍ୟକଳାପ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଶତାଧିକ ଚାଷୀଙ୍କ ହଜାର ହଜାର ଧାନ ଆସି ମଣ୍ଡିରେ ପଡିଥିବା ବେଳେ ସେମାନଙ୍କ ଟୋକନ ଆସିନାହିଁ । ତେବେ ସରକାରଙ୍କ ଏହି ନୂତନ ନିୟମକୁ ପ୍ରବଳ ବିରୋଧ କରୁଛନ୍ତି ଚାଷୀ । ପ୍ରକୃତ ଚାଷୀଙ୍କ ନାମ ଶୀଘ୍ର ନଆସିଲେ ଅତାବିରା ମଣ୍ଡିରେ ଧାନ ବିକ୍ରି ପ୍ରକ୍ରିୟା ସମ୍ପୂର୍ଣ୍ଣ ଅଚଳ କରି ଦେବେ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଚାଷୀ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ