ଓଡିଶା

odisha

ETV Bharat / state

ପ୍ରତାରଣାରେ ପରିଣତ ପ୍ରତିଶ୍ରୁତି, ଆମରଣ ଅନଶନରେ ବସିଲେ 21 ଚାଷୀ - ଆମରଣ ଅନଶନରେ ଚାଷୀ

ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ଚାଷୀ । ଡଭା ସମବାୟ ସମିତିରେ ନୂତନ ସମ୍ପାଦକ ନିଯୁକ୍ତି , ହୋଇଥିବା ଦୁର୍ନୀତିର ସ୍ୱତନ୍ତ୍ର ଭିଜିଲାନ୍ସ ତଦନ୍ତ ତଥା ଅନ୍ୟାନ୍ୟ ଦାବିରେ ଡ଼ଭା ଅଞ୍ଚଳର ୫-ଜଣ ମହିଳା ଚାଷୀ ସହିତ ୨୧ ଜଣ ଚାଷୀ ଆମରଣ ଅନଶନରେ ବସିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

By

Published : Nov 2, 2019, 4:51 AM IST

ବରଗଡ: ଡ଼ଭା ସମବାୟ ସମିତିର ବ୍ୟାପକ ଦୁର୍ନୀତି ହୋଇଥିବା ବେଳେ ପୂର୍ବରୁ ଦୁର୍ନୀତି ବିରୋଧରେ ସ୍ବର ଉଠାଯାଇଥିଲା । ଏହାସହ ନୂତନ ସମ୍ପାଦକ ନିଯୁକ୍ତି ଦାବିରେ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ଗତ ୨୦୧୮ ମସିହା ୨୯ ଅଗଷ୍ଟରେ ଆନ୍ଦୋଳନ ମଧ୍ୟ କରାଯାଇଥିଲା । ଏବେ ସୁଦ୍ଧା ଏହାର କୌଣସି ସୁଫଳ ମିଳିପାରି ନଥିବାରୁ ଆମରଣ ଅନଶନରେ ବସିଛନ୍ତି 21 ଜଣ ଚାଷୀ ।

ପ୍ରତାରଣାରେ ପ୍ରତିଶ୍ରୁତି, ଆମରଣ ଅନଶନରେ ବସିଲେ 21 ଚାଷୀ


ସଠିକ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀ ଦେଇଥିଲେ ଲିଖିତ ପ୍ରତିଶ୍ରୁତି । କିନ୍ତୁ ତାହା ଆଜି ମଧ୍ୟ ପୂରଣ ହୋଇପାରିନାହିଁ । ଏହାରି ମଧ୍ୟରେ ଏକ ବର୍ଷ ବିତିଯାଇଛି ହେଲେ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ଫଳରେ ଡ଼ଭା ଅଞ୍ଚଳର ୨୧ ଜଣ ଚାଷୀ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ।

ଡ଼ଭା ଚାଷୀଙ୍କୁ ଜୟ କିଷାନ ଆନ୍ଦୋଳନ ସଙ୍ଗଠନ ପକ୍ଷରୁ ସମର୍ଥନ ଜଣାଇ ରମେଶ ମହାପାତ୍ର ମଧ୍ୟ ଏହି ଅନଶନରେ ଯୋଗଦାନ ଦେଇଥିଲେ । ଅନସନକାରୀଙ୍କ ନିକଟକୁ DRCS ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ କୌଣସି ରାସ୍ତା ବହାରିନଥିଲା । ରଖାଯାଇଥିବା ବିଭିନ୍ନ ଦାବି ପୂରଣ ନହେବା ଯାଏ ଅନଶନ ଜାରି ରହିବ ବୋଲି ଅନସନକାରୀ ରୋକଠୋକ ଅଧିକାରୀଙ୍କୁ ଶୁଣାଇ ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details