ବରଗଡ :ସାର କଳା ବଜାରୀ କରାଯାଉଥିବାବେଳେ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ସାର ଯୋଗାଇ ଦିଆଯାଉନ ଥିବା ଅଭିଯୋଗ ହୋଇଛି । ଏନେଇ ଆଜି (ବୁଧବାର) ଚାଷୀଙ୍କ ତରଫରୁ ରାସ୍ତାରୋକ କରାଯାଇଛି । ସ୍ଥାନୀୟ ଅମ୍ବାପାଳି ଠାରେ ଶତାଧିକ ଚାଷୀ ବରଗଡ ବଲାଙ୍ଗୀର ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି ।
ଦୀର୍ଘ 5 ଘଣ୍ଟା ଧରି ଆନ୍ଦୋଳନ କରାଯିବା ପରେ ମଧ୍ୟ ଚାଷୀଙ୍କ ସମସ୍ଯାର ସମାଧାନ ନ ହେବାରୁ ରାତ୍ରି ପର୍ଯ୍ୟନ୍ତ ଚାଷୀ ମାନେ ରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ ବରଗଡରେ ସରକାରୀ ଦାମରୁ 200 ଟଙ୍କାରୁ 500 ଟଙ୍କା ପର୍ଯ୍ୟନ୍ତ ଅଧିକ ଟଙ୍କାରେ ସାର ବିକ୍ରି କରାଯାଉଥିବା ବେଳେ ଖୁଣ୍ଟାପାଳି ଗ୍ରାମର ଚାଷୀ ଏହାର ବିରୋଧ କରିଥିଲେ । ମାତ୍ର ବାରମ୍ବାର କୃଷି ଅଧିକାରୀ ଏବଂ cso ଅଫିସରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା ।