ଓଡିଶା

odisha

ETV Bharat / state

ବୀମା କମ୍ପାନୀ ନିୟମ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ - ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ଚାଷୀଙ୍କ ଫସଲବୀମା ନିୟମ ବିରୋଧରେ ବୀମା କମ୍ପାନୀ ଅଫିସରେ ତାଲା ପକାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବରଗଡ ଚାଷୀ । ଏହାସହ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାତ ଜଣ ଚାଷୀ ଆମରଣ ଅନଶନରେ ବସିଛନ୍ତି |

ବୀମା କମ୍ପାନୀ ନିୟମ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

By

Published : Sep 11, 2019, 3:17 AM IST

ବରଗଡ: ଜିଲ୍ଲାର ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଚାଷୀ | ଚାଷୀଙ୍କ ଫସଲବୀମା ନିୟମ ବିରୋଧରେ ବୀମା କମ୍ପାନୀ ଅଫିସରେ ତାଲା ପକାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବରଗଡ ଚାଷୀ । ଏହାସହ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାତ ଜଣ ଚାଷୀ ଆମରଣ ଅନଶନରେ ବସିଛନ୍ତି |

ବୀମା କମ୍ପାନୀ ନିୟମ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ଫସଲ ବୀମାକୁ ନେଇ ଆନ୍ଦୋଳନ ପୁଣି ତେଜିଛି । ବୀମା କମ୍ପାନୀର ନୂତନ ନିୟମକୁ ଚାଷୀମାନେ ବିରୋଧ କରି ବାରମ୍ବାର ସରକାରଙ୍କ ପାଖେର ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ବୀମା କମ୍ପାନୀ କ୍ଷତିପୂରଣ ପ୍ରଦାନ ବଦଳରେ ବିଭିନ୍ନ ଆଳ ଦେଖାଇ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଛି | ଏହାର ପ୍ରତିବାଦରେ ଜିଲ୍ଲା ଚାଷୀ ସଙ୍ଗଠନ ସ୍ଥାନୀୟ ନିଶାମଣି ପଡିଆଠାରୁ ହଜାର ହଜାର ଚାଷୀ ଏକ ଶୋଭାଯାତ୍ରାରେ ବାହାରି ଓରିଏଣ୍ଟାଲ ଇନସୁରାନ୍ସ ଓ ନେସନାଲ ଇନସୁରାନ୍ସ କମ୍ପାନୀକୁ ଯାଇ ସେଠାରେ ତାଲା ପକାଇଥିଲେ |

ଏହାସହ ଏମ୍‌ଏନ୍‌ସିଏଫ୍‌ସି(MNCFC) ରିପୋର୍ଟକୁ ନୁହେଁ ସରକାରଙ୍କ ରିପୋର୍ଟକୁ ମଧ୍ୟ କାର୍ଯ୍ୟକାରୀ କରିବା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଘେରିଥିଲେ ।

ଜିଲ୍ଲା ଚାଷୀ ସଙ୍ଗଠନ ସମନ୍ବୟ ସମିତିର ସଭାପତି ଜୟକୃଷ୍ଣ ସାହୁ ସମେତ ସଦାନନ୍ଦ ପୂଜାରୀ, ରବୀନ୍ଦ୍ର ବିଶି, ଗୌରହରି ମିଶ୍ର ପ୍ରମୁଖ ଚାଷୀ ନେତା ଏହି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏଥିସହ ଚାଷୀଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସାତ ଜଣ ଚାଷୀ ଆମରଣ ଅନଶନରେ ବସି ରହିବେ ବୋଲି ଚେତାବନି ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details