ଓଡିଶା

odisha

ETV Bharat / state

ଅବକାରୀ ବିଭାଗର ଚଢାଉ: ଖସୁଛନ୍ତି ବଡବଡିଆ, ବଳି ପଡୁଛନ୍ତି ଖୁଚୁରା ବେପାରୀ

ମଦ ଉପରେ ଅଙ୍କୁଶ ଲଗାଇବାକୁ ଜିଲ୍ଲା ପ୍ରଶାସନ ଠାରୁ ଅବକାରୀ ବିଭାଗ ସମସ୍ତେ ହୋଇପଡିଛନ୍ତି ସଜାଗ । ହେଲେ ବଡବଡିଆ ମଦ ବ୍ୟବସାୟୀଙ୍କୁ ନ ଧରି ଲୋକ ଦେଖାଣିଆ ହୋଇ ବିଭାଗ ଧରୁଛି ଛୋଟ ମୋଟ ଖୁଚୁରା ବେପାରୀଙ୍କୁ ।

By

Published : Mar 13, 2019, 12:18 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ବରଗଡ


ବରଗଡ: ନିର୍ବାଚନୀ ଘୋଷଣା ପରେ ତୃଣମୂଳ ସ୍ତରରୁ ଉଚ୍ଚ ପଦସ୍ତ ଅଧିକାରୀ ସମସ୍ତେ ତତ୍ପର । ମଦ ଓ ମଦୁଆଙ୍କ ଉପରେ ଲଗାମ ଲଗାଇବାକୁ ଆକ୍ସନ ମୋଡରେ ଅବକାରୀ ବିଭାଗ । ତେବେ ବରଗଡ ଜିଲ୍ଲାରେ ମଦ ବ୍ୟବସାୟୀଙ୍କୁ ଗିରଫ କରିବା ଉପରେ ଦେଖାଦେଇଛି କିଛି ବ୍ୟତିକ୍ରମ ।

ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ମଦ ହେବ ପ୍ରଥମ ଅଫର । ହେଲେ ଏହା ଉପରେ ଅଙ୍କୁଶ ଲଗାଇବାକୁ ଜିଲ୍ଲା ପ୍ରଶାସନ ଠାରୁ ଅବାକାରୀ ବିଭାଗ ସମସ୍ତେ ହୋଇପଡିଛନ୍ତି ସଜାଗ । ବର୍ଷ ବର୍ଷ ଧରି କୁମ୍ଭନିଦ୍ରାରେ ଶୋଇ ରହିଥିବା ବରଗଡ ଅବକାରୀ ବିଭାଗର ଭାଙ୍ଗିଛି ନିଦ । ହେଲେ ବଡବଡିଆ ମଦ ବ୍ୟବସାୟୀଙ୍କୁ ନ ଧରି ଲୋକ ଦେଖାଣିଆ ହୋଇ ଧରୁଛି ଛୋଟ ମୋଟ ଖୁଚୁରା ବେପାରୀଙ୍କୁ ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପ୍ରତିଦିନ ପାଟ୍ରୋଲିଂ ଜାରି ରଖିଛି । କର୍ମ ତତ୍ପର ଥିବା ଦର୍ଶାଇ ଏବେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖୁଛି । ଦୈନିକ ଗୋଟିଏରୁ 2ଟି ଲୋକଙ୍କୁ ଆଣି କୋର୍ଟ ଚାଲାଣ କରୁଛି ।

କିନ୍ତୁ ପ୍ରକୃତରେ ଯେଉଁମାନେ ମଦ ବିକ୍ରି କରି ଲୋକଙ୍କୁ ମରଣଯନ୍ତାଙ୍କୁ ଠେଲୁଛନ୍ତି, ସେମାନଙ୍କ ପ୍ରତି ଦରଦ ଦେଖାଇ ବାନ୍ଧି ନେଉଛି ଖୁଚୁରା ଖଜୁରୀ ରସ ବିକି ପେଟ ପୋଷୁଥିବା ଗରିବ ଲୋକଙ୍କୁ । ମଙ୍ଗଳବାର ବି ଅବକାରୀ ବିଭାଗ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ 15 ଲିଟର ଖଜୁର ତାଡି ଜବତ କରି କାର୍ଯ୍ୟ ସମ୍ପାଦନ କରିଦେଇଥିବା ଜଣାପଡିଛି ।


ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details