ବରଗଡ:ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । 14 ତାରିଖରୁ ନାମାଙ୍କନ ଭରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି କେହି ଜଣେ ବି ପ୍ରାର୍ଥୀ ନାମାଙ୍କନ ଭରିି ନଥିଲେ । ରାଜନୈତିକ ଛକାପଞ୍ଝା ଭିତରେ ସମସ୍ତ ପ୍ରାର୍ଥୀ ଗୁରୁବାର ପ୍ରାର୍ଥୀପତ୍ର ଭରିଛନ୍ତି । ମୋଟ 13 ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଯୁବ ଇଞ୍ଜିନିୟର ଉଦିତ ବୋନ୍ଦିଆ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ।
ପଦ୍ମପୁର ଅଞ୍ଚଳରେ ପିଲା ଦିନରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢି ବଡ ମଣିଷ ହୋଇଛନ୍ତି ଉଦିତ । ଦେଶ ବିଦେଶ ଯାଇ ସେଠାକାର ବିକାଶ ଦେଖିବା ପରେ ଆଜି ନିଜ ଅଞ୍ଚଳର ବିକାଶ ପାଇଁ ସେ ପଦ୍ମପୁରକୁ ଫେରି ରାଜନୀତିରେ ପାଦ ଦେଇଛନ୍ତି । ଯୁବ ପିଢିଙ୍କୁ ରୋଜଗାର ଦେବା ଓ ଅଞ୍ଚଳର ବିକାଶ ସହିତ ପ୍ରକୃତିକୁ ସୁରକ୍ଷା ଦେବା ଓ ଲୋକଙ୍କ ପାଇଁ ଭଲ କାମ କରିବା ଉଦ୍ଦେଶ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା କହିଛନ୍ତି ଉଦିତ । ବୁର୍ଲାରେ ଇଞ୍ଜିନିୟରିଂ ପାଠପଢା ଶେଷ କରିବା ପରେ ଚାକିରି କରିଥିଲେ । ଏହା ପରେ ସେ ସାର୍ଟଅପ ଆରମ୍ଭ କରିଛନ୍ତି । ରାଜନୀତିକୁ ଆସି ସରକାରଙ୍କ ସମସ୍ତ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଭାଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରାର୍ଥୀ ଉଦିତ ବୋନ୍ଦିଆ ।