ବରଗଡ: ଚିନି କାରଖାନ କର୍ମଚାରୀଙ୍କ କଲୋନୀରେ ବିଦ୍ୟୁତ ଯୋଗାଣ ଠପ । ଶତାଧିକ ମହିଳା ଓ ପିଲାଛୁଆ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆସି ଧାରଣାରେ ବସିଲେ ।
ବରଗଡ ଜିଲ୍ଲାର ତୋରା ଠାରେ ଥିବା ଚିନି କାରଖାନା ବନ୍ଦ ହୋଇପଡିଥିବା ବେଳେ କାରଖାନା କର୍ମଚାରୀଙ୍କ 36 ମାସର ଦରମା ସରକାର ଦେଇନାହାନ୍ତି । ଯାହାଫଳରେ ଅତି ଶୋଚନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି କର୍ମଚାରୀ । ବୋଝଉପରେ ନଳିତା ବିଡା ସଦୃଶ୍ୟ ଏବେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶତାଧିକ ପରିବାର | ଏହାକୁ ନେଇ ଚିନି କାରଖାନାର ଶତାଧିକ ମହିଳା ଓ ପିଲାଛୁଆ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆସି ଧାରଣାରେ ବସିଛନ୍ତି ।