ଓଡିଶା

odisha

ETV Bharat / state

‘ବରଗଡରେ ରାହୁଲଙ୍କ ମାଷ୍ଟର ଷ୍ଟ୍ରୋକର କୌଣସି ପ୍ରଭାବ ପଡିବ ନାହିଁ‘ - ନିର୍ବାଚନୀ ଘୋଷଣା

କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ୨୦ ପ୍ରତିଶତ ସବୁଠୁ ଗରିବ ପରିବାରଙ୍କୁ ପ୍ରତ୍ୟେକ ବର୍ଷ ୭୨ ହଜାର ଟଙ୍କା ଦିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି । ରାହୁଲଙ୍କ ଏହି ଘୋଷଣା ବରଗଡ ଜିଲ୍ଲାରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ଓ ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Mar 28, 2019, 12:25 PM IST

Updated : Mar 28, 2019, 1:30 PM IST

ବରଗଡ: ଆଗକୁ ସାଧାରଣ ନିର୍ବାଚନ । ଭୋଟ ହାତେଇବା ପାଇଁ ନେତାଙ୍କ ମାଳ ମାଳ ପ୍ରତିଶୃତି। ଏଥର କିନ୍ତୁ ନିର୍ବାଚନ ବୈତରଣୀ ପାର କରିବାକୁ ଦେଶରେ ଗରିବୀ ଓ ଚାଷୀ ସମସ୍ୟାକୁ ମୁଖ୍ୟ ମୁଦ୍ଦା ରଖିଛି କଂଗ୍ରେସ। ନିକଟରେ କଂଗ୍ରସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସବୁଠୁ ଗରିବ ପରିବାରକୁ ବାର୍ଷିକ 72 ହଜାର ଟଙ୍କା ପ୍ରଦାନ ପାଇଁ ବଡ ଘୋଷଣା କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଏହି ଘୋଷଣାକୁ ନେଇ ବରଗଡ ଜିଲ୍ଲାରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସର ଏହି ଘୋଷଣା ବରଗଡ ରାଜନୀତିରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଉଭୟ ବିଜେଡି ଓ ବିଜେପି।

ରାଜ୍ୟର ବରଗଡ ଜିଲ୍ଲା ଏକ କୃଷି ଭିର୍ତ୍ତିକ ଜିଲ୍ଲା ଅଟେ। ଏଠାକାର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି। ଚାଷ ସମସ୍ୟାକୁ ଚାଷୀ ମାନେ ସରକାରଙ୍କ ଉପରେ ଅସନ୍ତୋଷ ଥିବା ଏତିକି ବେଳେ କଂଗ୍ରେସ ଗରିବୀ ହଟାଓ ନାରା ଦେଇଛି। ଆହୁରି ପଡୋଶୀ ରାଜ୍ୟ ଛତିଶଗଡରେ ଧାନର ମୂଲ୍ୟ 2600 ଟଙ୍କା କରାଯାଇଛି। ପୂର୍ବରୁ କ୍ଷମତାକୁ ଆସିଲେ କୃଷି ଋଣ ଛାଡ ପାଇଁ ଦଳ ପ୍ରତିଶୃତି ଦେଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ରାଜ୍ୟରେ ଦୀର୍ଘ 19 ବର୍ଷର ବିଜେଡି ଶାସନରେ ଅଞ୍ଚଳର ଚାଷୀ ମାନଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ପଡୋଶୀ ଛତିଶଗଡ ରାଜ୍ୟରେ କଂଗ୍ରେସ ଦଳ ସରକାର ଗଠନ କରିବା ମାତ୍ରେ ଚାଷୀଙ୍କ ସମସ୍ତ ସମସ୍ୟା ଦୂରକରିଥିଲା । ତେଣୁ କଂଗ୍ରେସ ସରକାର ଉପରେ ଏଠାକାର ଚାଷୀ ମାନେ ଆସ୍ଥା ପ୍ରକଟ କରିଛନ୍ତି ।

ଜିଲ୍ଲାରେ ମରୁଡି ସମସ୍ୟା, ରୋଗପୋକ ଓ ଚାଷୀ ଆତ୍ମହତ୍ୟା ପ୍ରମୁଖ ସମସ୍ୟା ହୋଇଥିବା ବେଳେ ଏଥର ମଧ୍ୟ ଚାଷୀ ସମସ୍ୟାକୁ ଫୋକସ କରି ଏଠାକାର ପ୍ରାର୍ଥୀ ନିର୍ବାଚନ ଲଢିବେ। ଚାଷୀଙ୍କ ମନ ଜିଣିବା ଭଳି ଘୋଷଣା କରି କଂଗ୍ରେସ ଚାଷୀଙ୍କ ପ୍ରିୟ ପାତ୍ର ହୋଇଥିବା ଚର୍ଚ୍ଚା ହେଉଛି। ସେପଟେ କଂଗ୍ରେସର ଏହି ଘୋଷଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେପି ଓ ବିଜେଡି । ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଗରିବୀ ହଟାଇବା ନାଁରେ କଂଗ୍ରେସ ଲୋକଙ୍କୁ ଭୂତାଉଛି। ପୁଣି ଥରେ କ୍ଷମତାକୁ ଆସିବା ପାଇଁ ଗରିବୀ ହଟାଓ ସ୍ଲୋଗାନ ଦେଉଛନ୍ତି। କଂଗ୍ରେସ ସମୟରେ ଗରିବୀ ତ ହଟିଲା ନାହିଁ କିନ୍ତୁ ଗରିବ ମାନେ ହଟି ଯାଇଛନ୍ତି । ସମାନ ଭାବେ କଂଗ୍ରେସର ଏହି ଘୋଷଣା କିଛି ପ୍ରଭାବ ପକାଇବ ନାହିଁ ବୋଲି କହିଛି ବିଜେପି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Mar 28, 2019, 1:30 PM IST

ABOUT THE AUTHOR

...view details