ଓଡିଶା

odisha

ETV Bharat / state

ନିର୍ବାଚନକୁ ଅଳ୍ପ ଦିନ: ବରଗଡରେ ପ୍ରସ୍ତୁତି ଜୋରଦାର

ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯିବା ପରେ ଲାଗୁ ହୋଇଯାଇଛି ଆଚରଣ ବିଧି। ବରଗଡ଼ ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ଚାଲିଛି ପ୍ରସ୍ତୁତି।

By

Published : Mar 16, 2019, 8:03 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ

ନିର୍ବାଚନକୁ ଅଳ୍ପ ଦିନ: ବରଗଡରେ ପ୍ରସ୍ତୁତି ଜୋରଦାର

ବରଗଡ଼: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯିବା ପରେ ଲାଗୁ ହୋଇଯାଇଛି ଆଚରଣ ବିଧି। ବରଗଡ଼ ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ଚାଲିଛି ପ୍ରସ୍ତୁତି। ଏନେଇ ସାରା ଜିଲ୍ଲାରେ ବିଭିନ୍ନ ପର୍ଯ୍ୟାୟରେ ଇଭିଏମ ଓ ଭିଭିପାଟର ସଚେତନତା କାର୍ଯ୍ୟକ୍ରମ କରାଯାଇଥିବାବେଳେ ସମସ୍ତ ରାଜନୈତିକ ଦଳଙ୍କୁ ନେଇ ନିର୍ବାଚନ ଆଚରଣ ବିଧି ଉପରେ ସଚେତନ କରାଯାଇଥିଲା।

ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବରଗଡ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସମସ୍ତ ଦଳର କର୍ମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବରଗଡ଼ ପୋଲିସ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୋ, ଅତିରିକ୍ତ ଜିଲ୍ଲାପାଳ ତପିରାମ ମାଝୀ, ଉପଜିଲ୍ଲାପାଳ ଉପେନ୍ଦ୍ର ନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସଙ୍କ ସହ କଂଗ୍ରେସ, ବିଜେପି, ବିଜେଡ଼ି, ଆମ ଆଦମୀ ପାର୍ଟିର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ତେବେ ଆସନ୍ତା ନିର୍ବାଚନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ଜାରି କରାଯାଇଥିବା ନିୟମ ଅନୁଯାୟୀ ସମସ୍ତ ଦଳ ଏହାକୁ ଅନୁସରଣ କରି ଠିକ ଭାବେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ସଠିକ ତଥ୍ୟ ଓ ନିଜ ସମ୍ପତ୍ତିର ସଠିକ ବିବରଣୀ ଦେବାକୁ ପଡ଼ିବ। ପ୍ରାର୍ଥୀର କୌଣସି ପ୍ରକାର ଅପରାଧିକ ମାମଲା ରହିଥିଲେ ସେହି ବିଷୟରେ ନିଜେ ପ୍ରିଣ୍ଟ ମିଡ଼ିଆ ଓ ଇଲେକ୍ଟ୍ରୋନିକ ମିଡ଼ିଆରେ ତିନି ଥର ଘୋଷଣା କରିବାକୁ ପଡ଼ିବ।

କୌଣସି ପ୍ରାର୍ଥୀ ନିର୍ବାଚନ ପାଇଁ 10 ହଜାର ଟଙ୍କାରୁ ଅଧିକ ହେଉଥିବା ଖର୍ଚ୍ଚ ଗୁଡ଼ିକୁ ଟଙ୍କା ବା କ୍ୟାସ୍ ଆକାରରେ କରିପାରିବେ ନାହିଁ । ଏପରି ବହୁ ନିୟମାବଳୀ ଗୁଡିକୁ ଠିକ ଭାବରେ ପାଳନ କରି ନିର୍ବାଚନକୁ ନିର୍ମଳ ଭାବେ ସମ୍ପୂର୍ଣ୍ଣ କରିବା ପାଇଁ ସହଯୋଗ କରନ୍ତୁ ବୋଲି ସମସ୍ତ ଦଳକୁ କୁହାଯାଇଥିଲା।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details