ଓଡିଶା

odisha

ETV Bharat / state

ଦୁର୍ଗା ପୂଜା ଦେଖି ଆସିଥିବା ବେଳେ ଛତିଶଗଡ ଯୁବକଙ୍କୁ ହତ୍ୟା ! - ଭୁଜାଳିରେ ଆକ୍ରମଣ

ବରଗଡ ଜିଲ୍ଲା ସୋହେଲାରେ ଦୁର୍ଗାପୂଜା ଅବସରରେ ମଙ୍ଗଳବାର ରାବଣପୋଡି ଦେଖିବାକୁ ଆସିଥିବା ଛତିଶଗଡର ଜଣେ ବ୍ୟକ୍ତିଙ୍କୁ ଭୁଜାଲିରେ ଆକ୍ରମଣ କରି ହତ୍ୟା କରାଯାଇଛି । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ : ସମ୍ବାଦଦାତା,ବରଗଡ

By

Published : Oct 9, 2019, 8:22 PM IST

ବରଗଡ: ଦୁର୍ଗାପୂଜା ବେଳେ ସୋହେଲାରେ ହତ୍ୟାକାଣ୍ଡ । ମଙ୍ଗଳବାର ରାବଣପୋଡି ଦେଖିବାକୁ ଆସିଥିବା ଛତିଶଗଡ଼ର ଜଣେ ବ୍ୟକ୍ତିଙ୍କୁ ଭୁଜାଳିରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବରଗଡ

ସୋହେଲା ଠାରେ ଚାଲିଥିବା ଦୁର୍ଗାପୂଜା ଦେଖିବାକୁ ଛତିଶଗଡ଼ ସରେଇପାଲି ଥାନା ଅନ୍ତର୍ଗତ ବସାଲି ଗ୍ରାମରୁ ତିନିଜଣ ଯୁବକ ଏକ ବାଇକ ଯୋଗେ ସୋହେଲାକୁ ଦୁର୍ଗାପୂଜା ଦେଖିବାକୁ ଆସିଥିଲେ । ତେବେ ସୋହେଲାର ପ୍ରସିଦ୍ଧ ରାବଣପୋଡି ଦେଖସାରିବା ପରେ ବିଳମ୍ବିତ ରାତିରେ ସୋହେଲାର କୁମ୍ଭାରବନ୍ଧ ପଡ଼ାରେ ବିକ୍ରିହେଉଥିବା କୁଚିଆ ମଦ ଆରଡ଼ାକୁ ମଦ ପିଇବା ପାଇଁ ଯାଇଥିଲେ ।

ତିନି ସାଙ୍ଗମିଶି ସେଠାରେ ପ୍ରଚୁର ମଦ୍ୟପାନ କରିଥିଲେ ଏବଂ ପରେ ମଦ ବିକ୍ରେତାଙ୍କ ସହ କୌଣସି କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ତେବେ ଏହି ଗଣ୍ଡଗୋଳ କ୍ରମଶଃ ଉଗ୍ରରୂପ ଧାରଣ କରିଥିଲା ଏବଂ ସଞ୍ଜୁ ପଧାନ ନାମକ ଜଣେ ୩୦ ବର୍ଷର ଯୁବକଙ୍କୁ ଆକ୍ରମଣକାରୀ ମାନେ ଭୁଜାଲିରେ ଆକ୍ରମଣ କରିଥିଲେ ।

ପୂଜାକମିଟିର ସଦସ୍ୟ ମାନଙ୍କ ସହାୟତାରେ ସଞ୍ଜୁଙ୍କୁ ସୋହେଲା ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ତେବେ ସୋହେଲା ପୋଲିସ ଏହି ହତ୍ୟାକାଣ୍ଡ ଘଟଣାର ଅଧିକ ତଦନ୍ତ ଚଳାଇଥିବା ବେଳେ ଏହି ଘଟଣାରେ ସଂପୃକ୍ତି ସନ୍ଦେହରେ ପୋଲିସ ଚାରି ଜଣଙ୍କୁ ଥାନାରେ ଅଟକ ରଖିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details