ଓଡିଶା

odisha

ETV Bharat / state

ପଦ୍ମପୁର ବାସୀଙ୍କ ପାଇଁ ପାନୀୟ ଜଳ ପାଲଟିଛି ବିଷ ! - ଦୂଷିତ ପାଣି

ଦୀର୍ଘ ଦିନରୁ ପାଇପ ମଧ୍ୟ ଦେଇ ନାଳର ଦୂଷିତ ପାଣି ପ୍ରବେଶ କରୁଛି ହେଲେ କେହି ମଧ୍ୟ ଏହି ଦିଗରେ ଚିନ୍ତା କରୁନଥିବା ଦୁର୍ଭାଗ୍ୟଜନକ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Jul 25, 2019, 7:24 PM IST

ବରଗଡ: ସରକାରଙ୍କ ବିଜୁ ଏକ୍ସପ୍ରେସ ଯୋଜନାରେ ନିର୍ମାଣ କରାଯାଉଥିବା ରାସ୍ତା ଏବଂ ଡ୍ରେନ ପଦ୍ମପୁର ସହରରେ ଲୋକଙ୍କ ପାଇଁ ବିପଦ ପାଲଟିଛି। ସହରକୁ ସପ୍ଲାଇ କରାଯାଇଥିବା ପିଇବା ପାଣି ପାଇପ ଉପରେ ନାଳ ନିର୍ମାଣ କରାଯାଉଛି । ସପ୍ଲାଇ ପାଇପ ଫାଟି ଯାଇଥିବା ବେଳେ ସେହି ଫଟା ପାଇପ ଜରିଆରେ ନାଳର ମଇଳା ପାଣି ସବୁ ପାଇପ ଭିତରକୁ ପ୍ରବେଶ କରୁଛି । ପଦ୍ମପୁରର ଜନସାଧାରଣ ସେହି ସପ୍ଲାଇ ପାଣିକୁ ବ୍ୟବହାର କରୁଛନ୍ତି ଯାହାକି ବିପଦପୂର୍ଣ୍ଣ । ଏପରି ଦୂଷିତ ସପ୍ଲାଇ ପାଇଁ ବ୍ୟବହାର କରିବା ଦ୍ୱାରା ଜଣ୍ଡିସ ସହିତ ବହୁ ପ୍ରକାରର ରୋଗରେ ଆକ୍ରାନ୍ତ ହୋଇ ବହୁ ଧନ ଜୀବନ ହାନି ହେବାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ପଦ୍ମପୁର ସହରର ଘରେ ଘରେ ଏହି ପାଣି ପାଇପ ସଂଯୋଗ କରାଯାଇଥିବା ବେଳେ ସମସ୍ତେ ଏହି ପାଣିକୁ ପିଇବା ପାଇଁ ବ୍ୟବହାର କରିଥାନ୍ତି । ନାଳ ନିର୍ମାଣ କରୁଥିବା ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଦୀର୍ଘ ଦିନରୁ ପାଇପ ମଧ୍ୟ ଦେଇ ନାଳର ଦୂଷିତ ପାଣି ପ୍ରବେଶ କରୁଛି ହେଲେ କେହି ମଧ୍ୟ ଏହି ଦିଗରେ ଚିନ୍ତା କରୁନଥିବା ଦୁର୍ଭାଗ୍ୟ ଜନକ। ପିଇବା ପାଣି ପାଇପ ଲାଇନ ନାଳ ମଧ୍ୟରେ ରହିବା ସ୍ୱାସ୍ଥ୍ୟ ପ୍ରତି ବିପଦ ହୋଇଥିଲେ ସୁଦ୍ଧା ସ୍ଥାନୀୟ ଜନସ୍ୱାସ୍ଥ୍ୟ ଦୃଷ୍ଟି ଦେଉ ନାହିଁ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details