ଓଡିଶା

odisha

ETV Bharat / state

ପ୍ରେମ ବିବାହର 3 ବର୍ଷ ପରେ ମିଳିଲା ପତ୍ନୀଙ୍କ ମୃତଦେହ, ପରିବାର ଆଣିଲା ହତ୍ୟା ଅଭିଯୋଗ

କୋରୋନା ମହାମାରୀ ସମୟରେ ସମସ୍ତେ ନିଜ ନିଜ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ବରଗଡ ଜିଲ୍ଲାରେ ଯୌତୁକ ଜନିତ ହତ୍ୟାକାଣ୍ଡ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

dowery-demand  then murder allegation near gaisilet police station in Bargarh
ଯୌତୁକ ନିର୍ଯାତନା ପରେ ହତ୍ୟା ଅଭିଯୋଗ

By

Published : May 9, 2021, 5:56 PM IST

ବରଗଡ : କୋରୋନା ମହାମାରୀ ସମୟରେ ସମସ୍ତେ ନିଜ ନିଜ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ସମୟରେ ବରଗଡ ଜିଲ୍ଲାରେ ଯୌତୁକ ଜନିତ ହତ୍ୟାକାଣ୍ଡ ଘଟଣା ଦେଖିବାକୁ ମିଳିଛି । ପ୍ରେମ ବିବାହ ପରେ ଯୌତୁକ ନିର୍ଯାତନା ଏବଂ ପରେ ହତ୍ୟାକାଣ୍ଡ ପରି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଟୁରଚା ଗ୍ରାମରେ ।

ଯୌତୁକ ନିର୍ଯାତନା ପରେ ହତ୍ୟା ଅଭିଯୋଗ

ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ବଡ ସାହାଜବାହାଲ ଗ୍ରାମର କୁଳମଣି ସାହୁଙ୍କ ଝିଅକୁ 3 ବର୍ଷ ତଳେ ଟୁରଚା ଗ୍ରାମର ଅଶୋକ ସାହୁ ପ୍ରେମ ବିବାହ କରିଥିଲେ । ଦୁଇ ବର୍ଷ ହସଖୁସିରେ କଟିଯାଇଥିବା ବେଳେ ଗତ ଏକ ବର୍ଷ ହେଲା ଅଶୋକ ଏବଂ ତାଙ୍କ ପରିବାର ଲୋକେ ଯୌତୁକ ଦାବି କରୁଥିଲେ । ତେବେ ଝିଅ ତାଙ୍କ ବାପା ଯୌତୁକ ଦେଇପାରିବେ ନାହି ବୋଲି କହିବା ସହ ଏକଥା ବାପାଙ୍କୁ ମଧ୍ୟ ଜଣାଇଥିଲେ । ତେବେ ଆଜି ଝିଅର ମୃତ୍ୟୁ ହୋଇ ଯାଇଥିବା ଖବର ବାପା କୁଳମଣିଙ୍କୁ ଦିଆଯାଇଥିଲା ।

କୁଳମଣି ସେଠାରେ ପହଞ୍ଚିବା ପରେ ଝିଅର ମୃତଦେହ ଖଟ ଉପରେ ପଡିବା ସହ ତା ଗଳାରେ କଳା ଦାଗ ଦେଖିବାକୁ ପାଇଥିଲେ । ତେବେ ଏହା ଏକ ହତ୍ୟାକାଣ୍ଡ ଘଟଣା ଏବଂ ଯୌତୁକ ନିର୍ଯାତନା ଦେଇ ମୋ ଝିଅକୁ ହତ୍ୟା କରାଯାଇଛି ବୋଲି କୁଳମଣି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

ଅନ୍ୟପଟେ ଅଶୋକ ତାଙ୍କର 2 ବର୍ଷର ଝିଅକୁ ନେଇ ଗାଇସିଲେଟ ଥାନାରେ ପହଞ୍ଚି ନିଜ ସ୍ତ୍ରୀ ଶାଢୀରେ ଆତ୍ମହତ୍ୟା କରିଥିବା ଜଣାଇଛନ୍ତି । ତେବେ ପ୍ରକୃତ ଘଟଣା କଣ ତାହା ପୋଲିସର ତଦନ୍ତ ପରେ ସଠିକ ଘଟଣା ଜଣାପଡିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details