ଓଡିଶା

odisha

ETV Bharat / state

ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ଅସନ୍ତୋଷ

ବରଗଡରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥା ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅଧିକ ପଢନ୍ତୁ...

By

Published : Nov 14, 2020, 10:28 AM IST

ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ଅସନ୍ତୋଷ
ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ଅସନ୍ତୋଷ

ବରଗଡ: ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ପଞ୍ଚମ ଦିନରେ ପହିଞ୍ଚିଛି । ମାତ୍ର ଟୋକନକୁ ନେଇ ଚାଷୀମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ଅସନ୍ତୋଷ । ଯେଉଁ ଚାଷୀଙ୍କ ଧାନ ଅମଳ ହୋଇ ଘରେ ପଡି ରହିଛି ସେହି ଚାଷୀଙ୍କ ଟୋକନ ଆସି ନଥିବା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଧାନ ସଂଗ୍ରହ ପ୍ରକ୍ରିୟାର ଆରମ୍ଭରୁ ହିଁ ଏଥିରେ ଅବ୍ୟବସ୍ଥା ଦେଖାଦେଇଛି ।

ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ଅସନ୍ତୋଷ

ସୂଚନାଯୋଗ୍ୟ, ବରଗଡ ଜିଲ୍ଲାରେ 1 ଲକ୍ଷ 35 ହାଜର 632 ଜଣ ଚାଷୀଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ 60 ଲକ୍ଷ 70 953 କୁଇଣ୍ଟାଲ ଧାନ କିଣିବାକୁ ଥିବାବେଳେ 113 ମିଲର୍ସ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ 62 ଜଣ ମିଲର୍ସଙ୍କ ପକ୍ଷରୁ ଧାନ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର 185ଟି ମଣ୍ଡିରେ ଚଳିତ ଖରିଫ ଋତୁରେ ଧାନ କିଣାହେବ । ଚଳିତ ବର୍ଷ ଚାଷୀମାନେ ଟୋକନ ସାହାଯ୍ୟରେ ଧାନ ବିକ୍ରି କରିବାକୁ ଥିବାବେଳେ ଏହି ଧାନ ବିକ୍ରି ପାଇଁ 30 ଦିନ ଯାଏଁ ଟୋକନର ବୈଧତା ରହିଛି । ଜିଲ୍ଲାର 151 ଜଣ ଚାଷୀଙ୍କ ଠାରୁ 11 ହଜାର 736 କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ମିଶ୍ର ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details