ଓଡିଶା

odisha

ETV Bharat / state

ପ୍ରତିଶୃତି ପାଣିର ଗାର, ଜିଲ୍ଲାପାଳଙ୍କ ଦ୍ବାରସ୍ଥରେ ଭୂମିହୀନ

ସରକାରଙ୍କ ପ୍ରତିଶୃତି ପାଣିର ଗାର । ନିର୍ବାଚନ ବେଳେ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ସରକାର ପ୍ରତିଶୃତି ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ସେମାନଙ୍କ ଯୋଗ୍ୟ ତାଲିକା ପ୍ରକାଶ ପାଇନି । ଯାହାକୁ ବିରୋଧ କରିଛନ୍ତି ବରଗଡର ଅନେକ ଭୂମିହୀନ । ଏନେଇ ସେମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Jun 16, 2019, 8:22 PM IST

ବରଗଡ: ସାଧାରଣ ନିର୍ବାଚନ ହେଲା । ନିର୍ବାଚନ ବୈତରଣୀ ପାର ହେବାକୁ ସରକାର ମାଳ ମାଳ ପ୍ରତିଶୃତି ବି ଦେଲେ। ନିର୍ବାଚନ ଫଳାଫଳ ଘୋଷଣା ହୋଇ ସରକାର ଗଠନ ହୋଇ ସାରିଲାଣି । କିନ୍ତୁ ନିର୍ବାଚନ ଜିତିବା ପରେ ତାଙ୍କ ପ୍ରତିଶୃତି ଭୁଲି ଗଲେ । ସରକାର ଘୋଷଣା କରିଥିଲେ ଭୂମିହୀନ ମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ । ହେଲେ ଆଜି ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇନି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଯାହାକୁ ନେଇ ବରଗଡବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଆଜି ଅନେକ ପୁରୁଷ ମହିଳା ଜିଲ୍ଲାପାଳଙ୍କୁ ଭେଟିଥିଲେ । ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଅଭିଯୋଗ ସରକାର ଭୂମିହୀନ ମାନଙ୍କୁ ଘରପଟ୍ଟା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଏଥିପାଇଁ ସେମାନେ ଅନେକ ଥର ତହସିଲ କାର୍ଯ୍ୟାଳୟରେ ଜମିପଟ୍ଟା ପାଇଁ ଫର୍ମ ପୂରଣ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ତାଲିକା ପ୍ରକାଶ ପାଇନି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।


ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ABOUT THE AUTHOR

...view details