ଓଡିଶା

odisha

ETV Bharat / state

ବିପର୍ଯ୍ୟୟ ମୁକାବିଲା ପାଇଁ ବରଗଡ ପ୍ରଶାସନର ମକଡ଼୍ରିଲ

ପାକୃତିକ ଦୂର୍ବିପାକର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ସଚେତନତା ରାଲି ।

By

Published : Jun 19, 2019, 10:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ବରଗଡ: ଗ୍ରୀଷ୍ମ ପରେ ଆସୁଛି ବର୍ଷା ତା’ ସାଙ୍ଗକୁ ମାଡି ଆସୁଛି ମୌସୁମୀ । ସେପଟେ ବର୍ଷା କାରଣରୁ ପ୍ରତିବର୍ଷ ହୋଇଥାଏ ବନ୍ୟା ଭଳି ପରିସ୍ଥିତି । କୌଣସି ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପୂର୍ବରୁ ସଚେତନତା କାର୍ଯ୍ୟକ୍ରମ କରିଛି ବରଗଡ ଜିଲ୍ଲା ପ୍ରଶାସନ |

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

କେବଳ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ନୁହେଁ ବରଂ ବଡ଼ଧରଣର ଅଗ୍ନିକାଣ୍ଡ ହୁଏ କିପରି ନିଜକୁ କିମ୍ବା ଅନ୍ୟମାନଙ୍କୁ ରକ୍ଷା କରାଯାଇପାରିବ ସେନେଇ ଅଗ୍ନିଶମ ବିଭାଗ ପକ୍ଷରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କୌଶଳ ଭିତ୍ତିକ ସଚେତନତା ଶିକ୍ଷା ଦିଆଯାଇଛି ।

ପ୍ରତି ବର୍ଷ ଭଳି ଜିଲ୍ଲା ପ୍ରଶାସନ ଚଳିତ ବର୍ଷ ମଧ୍ୟ ଜୁନ 19 ତାରିଖରେ ଏଭଳି ସଚେତନା ଭିତ୍ତିକ କାର୍ଯ୍ୟକ୍ରମ କରିଛି । ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ ସବୁଜ ପତାକା ଦେଖାଇ ଏହି ସଚେତନତା ରାଲିର ଶୁଭାରମ୍ଭ କରିଥିଲେ । ଯେଉଁଥିରେ ଶହ ଶହ ସ୍କୁଲ ଛାତ୍ରଛାତ୍ରୀ ଯୋଗଦେଇ ପୋଲିସ ଷ୍ଟେସନ ଠାରୁ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଯାଇଥିଲେ । ଜିଲ୍ଲାପାଳ ଅଫିସରେ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ମକଡ୍ରିଲର ଆୟୋଜନ କରାଯାଇଥିଲା |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details