ବରଗଡ: 2018 ମସିହାରୁ ଜିଲ୍ଲାରେ ରକ୍ତ ପୃଥକୀକରଣ ୟୁନିଟ ଅଫିସ ସ୍ଥାପନ ହୋଇଛି । 2021 ମସିହା ହୋଇଗଲା ହେଲେ ଏ ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରୀ ହୋଇପାରିନାହିଁ । ଏହାର ପ୍ରତିବାଦ କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଛି ନିଷ୍ଠା ପରିବାର ।
ଏକ ଘରୋଇ ଡାକ୍ତରଖାନା ପଛରେ ସ୍ଥାପନ ହୋଇ ଲାଇସେନ୍ସ ପାଇଗଲା ହେଲେ ପ୍ରଶାସନିକ ଅବହେଳା ପାଇଁ ରକ୍ତ ପୃଥକୀକରଣ ୟୁନିଟର କାର୍ଯ୍ୟକ୍ଷମ ହୋଇପାରୁନି ବୋଲି ଅଭିଯୋଗ କରିଛି ନିଷ୍ଠା ପରିବାର । ମେସିନ ଅଛି ଘର ଅଛି ଏପରିକି ମେସିନ ଖରାପ ହେବାକୁ ବସିଲାଣି ହେଲେ ରକ୍ତ ପୃଥକୀକରଣ ୟୁନିଟ ଚାଲିପାରିଲାନି । ଫଳରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି ।