ଓଡିଶା

odisha

ETV Bharat / state

ଚାଷୀ ପଞ୍ଜିକରଣରେ ଅନିୟମିତା ଅଭିଯୋଗ, ଧାରଣାରେ ଚାଷୀ

ବରଗଡ ବ୍ଲକ ତୋରା ସୋସାଇଟି ସମ୍ମୁଖରେ ଧାରଣାରେ ବସିଛନ୍ତି ଚାଷୀ । ଧାନ ବିକ୍ରି ପାଇଁ ପଞ୍ଜିକରଣରେ ଅନିୟମିତତା ହେଉଥିବା ଅଭିଯୋଗ କରି ଚାଷୀ ଧାରଣାରେ ବସିଛନ୍ତି ।

By

Published : Mar 13, 2020, 11:51 PM IST

Complaints of irregularities in farmer registration, bargarh farmer protest
ଚାଷୀ ପଞ୍ଜିକରଣରେ ଅନିୟମିତା ଅଭିଯୋଗ, ଧାରଣାରେ ଚାଷୀ

ବରଗଡ: ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣରେ ଅନିୟମିତତାକୁ ନେଇ ବରଗଡ ବ୍ଲକ ତୋରା ସୋସାଇଟି ସମ୍ମୁଖରେ ଧାରଣାରେ ବସିଲେ ବହୁ ଚାଷୀ | ପତିତ ଏବଂ ବର୍ଚ୍ଛା ଜମି ମାନଙ୍କରୁ ଜଳକର ଆଦାୟ କରାଯାଉଥିବା ବେଳେ ଏପରି ଜମି ଥିବା ଚାଷୀଙ୍କ ପଞ୍ଜିକରଣ କରାଯାଉନାହିଁ |

ଗତ ଖରିଫ ଫସଲରେ ମଧ୍ୟ 52 ଜଣ ଚାଷୀଙ୍କ ପଞ୍ଜିକରଣ କରାଯାଇନଥିବା କାରଣରୁ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଅମଳ ଧାନ ମଣ୍ଡିରେ ପଡି ଖତଖାଉଛି | ତେବେ ଚଳିତ ରବି ଫସଲର ପଞ୍ଜିକରଣରେ ମଧ୍ୟ ସୋସାଇଟିରେ ଏପରି ଜମି ଗୁଡିକର ପଞ୍ଜିକରଣ କରାଯାଉନଥିବା ନେଇ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ଏବଂ ବହୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଚାଷୀ ପଞ୍ଜିକରଣରେ ଅନିୟମିତା ଅଭିଯୋଗ, ଧାରଣାରେ ଚାଷୀ

ରାଜ୍ୟ ସରକାରଙ୍କ ଅବ୍ୟବସ୍ଥିତ ଟୋକନ ବ୍ୟବସ୍ଥା ଯୋଗୁଁ ଆଜି ଭାତହାଣ୍ଡିର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଚାଷୀଙ୍କ ଆକ୍ରୋଶ ସରକାରଙ୍କ ପ୍ରତି ଦିନକୁ ଦିନ ବଢିଚାଲିଛି । ଅନ୍ୟପଟେ ବରଗଡ ତୋରା ଅଞ୍ଚଳରେ ରହିଥିବା ସୂତା କାରଖାନା ଓ ଚିନିକାରଖାନା ବନ୍ଦ ହେବା ପରେ ବହୁ ଲୋକେ ଚାଷକାମ କରି ନିଜର ପରିବାର ପୋଷଣ କରୁଥିଲେ ମାତ୍ର ସରକାରଙ୍କ ଅଜବ ନୀତି ଯୋଗୁଁ ଏବେ ପୁଣି ଦୁର୍ଦ୍ଦିନରେ ତୋରା ଅଞ୍ଚଳବାସୀ । ଗୋଟେ ପଟେ ରାଜ୍ୟ ସରକାର ବେକାରୀ ସମସ୍ୟା ଦୂର କରିବାରେ ଅସମର୍ଥ ରହୁଥିବା ବେଳେ ଅନ୍ୟପଟେ କାମଧନ୍ଦା କରି ପରିବାର ପୋଷଣ କରୁଥିବା ଚାଷୀ ମୂହରୁ ଦାନା ଛଡାଇବା କେତେଦୂର ଯଥାର୍ଥ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details