ଓଡିଶା

odisha

ପଞ୍ଚାୟତ ଅଫିସରେ ତୁମୁଳକାଣ୍ଡ; ସରପଞ୍ଚ ଓ ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କ ମଧ୍ୟରେ ସଂଘର୍ଷ

By

Published : Jul 9, 2023, 12:22 PM IST

ବେନିଆଚାଳ ଗ୍ରାମପଞ୍ଚାୟତ କାର୍ଯ୍ୟଳୟରେ ଗୋଷ୍ଠୀ ସଂଘର୍ଷ । ବର୍ତ୍ତମାନର ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଥାନାରେ ଏତଲା । ଅଧିକ ପଢ଼ନ୍ତୁ

ବେନିଆଚାଳ ଗ୍ରାମପଞ୍ଚାୟତ କାର୍ଯ୍ୟଳୟରେ ଗୋଷ୍ଠୀ ସଂଘର୍ଷ
ବେନିଆଚାଳ ଗ୍ରାମପଞ୍ଚାୟତ କାର୍ଯ୍ୟଳୟରେ ଗୋଷ୍ଠୀ ସଂଘର୍ଷ

ବେନିଆଚାଳ ଗ୍ରାମପଞ୍ଚାୟତ କାର୍ଯ୍ୟଳୟରେ ଗୋଷ୍ଠୀ ସଂଘର୍ଷ

ବରଗଡ:ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବେନିଆଚାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଗୋଷ୍ଠୀ ସଂଘର୍ଷ । ବର୍ତ୍ତମାନର ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ଏବଂ ପରେ ତାହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ବର୍ତ୍ତମାନର ସରପଞ୍ଚ ଏବଂ ତାଙ୍କ ସହଯୋଗୀ ପ୍ରଥମେ ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତିଙ୍କ ପୁଅ ଏ ସମ୍ପର୍କରେ ଖବର ପାଇ ବାପାଙ୍କୁ ଉଦ୍ଧାର କରିବାକୁ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ବର୍ତ୍ତମାନର ସରପଞ୍ଚ ମଧ୍ୟ ଅଭିଯୋଗକାରୀଙ୍କ ନାମରେ ପାଲଟା ଅଭିଯୋଗ ନେଇ ଥାନାରେ ଏତଲା ଦେଇଛନ୍ତି । ତେବେ ଉଭୟ ପକ୍ଷରୁ ବିଜେପୁର ଥାନାରେ ପୃଥକ ପୃଥକ ଦୁଇଟି ମାମଲା ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଉକ୍ତ ଗୋଷ୍ଠୀ ସଂଘର୍ଷର ମୂଳ କାରଣ ଠିକା କାମକୁ ନେଇ ହୋଇଥିବା ପୋଲିସ ଅନୁମାନ କରୁଛି ।

ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ସ୍ଵର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେପୁରରେ ବିଧାୟିକା ହେବା ପରଠାରୁ ପୁରୁଣା ବିଜେଡି ଦଳର ଗୋଷ୍ଠୀ ଏବଂ କଂଗ୍ରେସ ଦଳର ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହୁଥିଲା । ପରେ ସୁଶାନ୍ତ ସିଂଙ୍କ ଗୋଷ୍ଠୀ ଏବଂ ରୀତା ସାହୁଙ୍କ ଗୋଷ୍ଠୀ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଧୀରେ ଧୀରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ମଧ୍ୟରେ କନ୍ଦଳ ସୃଷ୍ଟି ହୋଇ ଗୋଷ୍ଠୀ ସଂଘର୍ଷର ରୂପ ଦେଇଥିଲା । ତେବେ ବିଜେପୁରରେ ବର୍ତ୍ତମାନ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କେତେବେଳେ ଠିକା କାମକୁ ନେଇ ଗଣ୍ଡଗୋଳ ବାହାରୁଛି ତ ଆଉ କେତେବେଳେ ଦୁଇ ନେତାଙ୍କ ଲୋକ ବୋଲି ପରିଚୟ ଦେବାକୁ ଉଭୟ ଗୋଷ୍ଠୀ ମଧ୍ୟରେ ଶକ୍ତି ପ୍ରଦର୍ଶନ ଲାଗି ରହୁଥିବା ଗ୍ରାମବାସୀ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଶୁଣିଲାନି ପ୍ରଶାସନ, ନିଜ ଅର୍ଥରେ ଗାଁକୁ ରାସ୍ତା ତିଆରି କଲେ ଗ୍ରାମବାସୀ

ବେନିଆଚାଳ ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନିଲାମି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପୂର୍ବତନ ସରପଞ୍ଚଙ୍କର ସ୍ଵାମୀଙ୍କୁ ସୁବାସ ଦଣ୍ଡସେନା ପ୍ରଥମେ ଆକ୍ରମଣ କରିଥିଲେ ଏବଂ ପରେ ତାଙ୍କ ପୁଅକୁ ମଧ୍ୟ ଲହୁଲୁହାଣ କରି ଆକ୍ରମଣ କରିଥିଲେ ସୁବାସ ଓ ତାଙ୍କର ସାଥି । ଏନେଇ ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ସରପଞ୍ଚଙ୍କ ସମର୍ଥକମାନେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପାଲଟା ଆକ୍ରମଣ କରିଥିଲେ । ତେବେ ଥାନାରେ ଉଭୟ ପକ୍ଷ ଏତଲା ଦେଇଥିବା ବେଳେ ଉଭୟ ପକ୍ଷଙ୍କୁ ବିଜେପୁର ପୋଲିସ କୋର୍ଟକୁ ଚାଲାଣ କରାଯାଇଛି ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details