ଓଡିଶା

odisha

ETV Bharat / state

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମିଳିଲା ମୃତଦେହ, ହତ୍ୟା ସନ୍ଦେହ

ପଗାରପାଣି ଗ୍ରାମର ଏକ ବିଲରୁ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି । ମୃତ ଯୁବକଙ୍କ ସମ୍ପୂର୍ଣ ଶରୀର ତଳେ ରହିଥିବା ବେଳେ କେବଳ ବେକ ଝୁଲିବା ଅବସ୍ଥାରେ ରହିଛି ଯାହାକୁ ଦେଖି ଏହା ଏକ ହତ୍ୟାକାଣ୍ଡ ଘଟଣା ବୋଲି ସନ୍ଦେହ କରାଯାଉଛି ।

By

Published : Jul 12, 2020, 3:30 AM IST

body of young man was found hanging
body of young man was found hanging

ବରଗଡ଼: ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ପଗାରପାଣି ଗ୍ରାମର ଏକ ବିଲରୁ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି । ମୃତ ଯୁବକଙ୍କ ସମ୍ପୂର୍ଣ ଶରୀର ତଳେ ରହିଥିବା ବେଳେ କେବଳ ବେକ ଝୁଲିବା ଅବସ୍ଥାରେ ରହିଛି ଯାହାକୁ ଦେଖି ଏହା ଏକ ହତ୍ୟାକାଣ୍ଡ ଘଟଣା ବୋଲି ସନ୍ଦେହ କରାଯାଉଛି ।

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମିଳିଲା ମୃତ ଦେହ
ସୂଚନା ଯେ, ପଗାରପାଣି ଗ୍ରାମର ଘନଶ୍ୟାମ ବେହେରା ନାମକ ଯୁବକ ଜଣକ ଘରୁ ଗତ ରାତି ୮ଟାରେ ବାହାରିଥିବା ବେଳେ ଆଉ ଫେରିନଥିଲେ ତେବେ ଭୋରରୁ ଗ୍ରାମବାସୀ ଯୁବକଙ୍କ ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ମୃତଦେହର ଅଣ୍ଟାରୁ ଉପରଭାଗ ଝୁଲୁଥିବା ବେଳେ ଅଣ୍ଟା ତଳକୁ ମାଟିରେ ଲାଗିଛି । ବେକରେ ଏକ ଶାଢୀ ମହୁଲ ଗଛର ଡାଳରେ ବନ୍ଧା ହୋଇଛି । ଘଟଣା ସ୍ଥଳରୁ ଘନଶ୍ୟାମର ଘର ମାତ୍ର ତିରିଶରୁ ଚାଳିଶ ଫୁଟ ଦୂରରେ ରହିଛି । ଘଟଣା ବିଷୟରେ ପୋଲିସ ଖବର ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଥିଲା ।

ତେବେ ପୋଲିସର ପ୍ରାଥମିକ ତଦନ୍ତ ରୁ ଯାହା ଜଣାପଡୁଛି ଘରେ କୌଣସି କଳହ ବା ମନୋମାଳିନ୍ୟ ନଥିବା ବେଳେ କୌଣସି ଶତ୍ରୁତାକୁ ନେଇ ପ୍ରଥମେ ହତ୍ୟା କରାଯାଇଛି ଏବଂ ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅନୁମାନ କରାଯାଉଛି ।ତେବେ ସମ୍ପୂର୍ଣ ତଦନ୍ତ ପରେ ଯାଇ ପ୍ରକୃତ ରହସ୍ୟ ଜଣାପଡିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details