ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେପି ଉଡାଇଲା ବିଜୟର ବାନା

ବିଜେପୁର ବ୍ଲକରେ ବିଜେଡିକୁ ମାତ ଦେଇ ସିଟ ହାତେଇଲା ବିଜେପି । ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟର ଭୋଟ ଗଣନା ପରେ ଏହି ଫଳାଫଳ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

By

Published : Feb 28, 2022, 11:17 AM IST

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେପି ଉଡାଇଲା ବିଜୟର ବାନା
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେପି ଉଡାଇଲା ବିଜୟର ବାନା

ବରଗଡ:ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେପିର ବାଜିମାତ । ବିଜେପୁର ବ୍ଲକରେ ବିଜେଡିକୁ ମାତ ଦେଇ ସିଟ ହାତେଇଲା ବିଜେପି । ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟର ଭୋଟ ଗଣନା ପରେ ଏହି ଫଳାଫଳ ପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେପି ଉଡାଇଲା ବିଜୟର ବାନା

ଦ୍ଵିତୀୟ ଦିନର ଭୋଟ ଗଣତିରେ ଜିଲ୍ଲାର 11 ଗୋଟି ବ୍ଲକର ଜୋନ 2 ପାଇଁ ହୋଇଥିଲା ଭୋଟ ଗଣନା । ବିଜେଡି ୮ଟି ଜୋନରେ ବିଜୟୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗଡ଼ କୁହାଯାଉଥିବା ବିଜେପୁର ବ୍ଲକରେ ପରାସ୍ତ ହୋଇଛି । ତେବେ BJP ଦଳ ମାତ୍ର 3 ଗୋଟି ଜୋନରେ ନିଜର ସ୍ଥିତି ବଜାୟ ରଖିଛି ।

ସୂଚନା ଅନୁଯାୟୀ ଜିଲ୍ଲାର 12 ଗୋଟି ବ୍ଲକରେ ଦୁଇଦିନର ଭୋଟ ଗଣନାରେ ମୋଟ 23 ଗୋଟି ଜୋନର ଫଳାଫଳ ଆସିଥିବା ବେଳେ ସେଥିମଧ୍ୟରୁ BJD 18 ଗୋଟି ଜୋନ ଅକ୍ତିଆର କରିଥିବାବେଳେ BJP ଦଳ ମାତ୍ର 5 ଗୋଟି ଜୋନ ହାତକୁ ଆଣିବାରେ ସଫଳ ହୋଇଛି । ତେବେ ଆଜି ତୃତୀୟ ଦିନର ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ବରଗଡ଼ର 34 ଗୋଟି ଜିଲ୍ଲା ପରିଷଦ ଜୋନରୁ କେଉଁ ଦଳ କେତେ ଆସନ ଅକ୍ତିଆର କରୁଛି ତାହା ଭୋଟ ଗଣତି ଫଳାଫଳ ପରେ ହିଁ ଜଣାପଡ଼ିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details