ଓଡିଶା

odisha

ପୁଣି ଘୋଷଣାରେ ସୀମିତ ପଦ୍ମପୁରକୁ ଜିଲ୍ଲା ମାନ୍ୟତା, ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ: BJP

By

Published : Feb 19, 2023, 6:53 PM IST

Updated : Feb 19, 2023, 7:07 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ଘୋଷଣା କରିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ କରି କହିଛନ୍ତି ପଦ୍ମପୁରକୁ ଜିଲ୍ଲା କରିବାର ପ୍ରତିଶ୍ରୁତି ଏବେ ବି ଘୋଷଣାରେ ସୀମିତ । ଅଧିକ ପଢନ୍ତୁ

BJP targets CM Naveen
BJP targets CM Naveen

ପୁଣି ଘୋଷଣାରେ ସୀମିତ ପଦ୍ମପୁରକୁ ଜିଲ୍ଲା ମାନ୍ୟତା, ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ: BJP

ଭୁବନେଶ୍ବର:ଆଜି ବରଗଡ଼କୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବେ ବୋଲି ଘୋଷଣା କରିଛନ୍ତି । ଏହାପରେ ବିଜେପି ଶାସକ ଦଳ ଉପରେ ବର୍ଷିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାଧିକ ଟ୍ବିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ପୁଣି ପଦ୍ମପୁର ଜିଲ୍ଲା ମାନ୍ୟତା ଘୋଷଣାରେ ସୀମିତ ରହିଗଲା । ସେପଟେ ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଧୋକା ଦେଇଛନ୍ତି । ପୂର୍ବରୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ଲାଗି ଘୋଷଣା କରିଥିବା ବେଳେ ଆଜି ଅଞ୍ଚଳବାସୀ ଭାବିଥିଲେ ପଦ୍ମପୁରକୁ ଜିଲ୍ଲା ବୋଲି ଘୋଷଣା କରିବେ । ମାତ୍ର ପୁରୁଣା କଥାକୁ ଦୋହରାଇ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳବାସୀଙ୍କୁ ଧୋକା ଦେଇଛନ୍ତି ।

ପ୍ରଦୀପ ଏ ନେଇ କହିଛନ୍ତି," ମୁଖମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଧୋକା ଦେଇଛନ୍ତି । ଉପନିର୍ବାଚନ ପୂର୍ବରୁ ମୁଖମନ୍ତ୍ରୀ ଏକ ମିଟିଂ କରିଥିଲେ ଏବଂ କହିଥିଲେ ୮୦୦ କୋଟି ଟଙ୍କାର କାମ ହେବ । ଏହାବ୍ୟତୀତ ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ଦିଆଯିବ । ଚାଷୀମାନଙ୍କୁ ଇନପୁଟ ସବସିଡି, ରେଲୱେ ପ୍ରକଳ୍ପ ଅନେକ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ମୁଖ୍ୟମନ୍ତ୍ରୀ ଆସିଥିଲେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଦେବା ପାଇଁ, କିନ୍ତୁ ପଦ୍ମପୁର ବାସୀ ଭାବିଥିଲେ ଆଜି ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବେ । ଗତ ଥର କହିଥିଲେ ଡିସେମ୍ବରରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବେ। ହେଲେ ଆଜି କହୁଛନ୍ତି ଗୋଟେ ବର୍ଷ ଭିତରେ ଜିଲ୍ଲା ଘୋଷଣା ହେବ । କୁଆଡେ ଗଲା ଚାଷୀମାନଙ୍କ ପାଇଁ ୨୦୦ କୋଟି ଟଙ୍କାର ଇନପୁଟ ସବସିଡି ?"

ଏହା ବି ପଢନ୍ତୁ-CM Bargarh Visit: ବର୍ଷକ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ଘୋଷଣା ନେଇ ଦେଲେ ପ୍ରତିଶୃତି

କେନ୍ଦୁପତ୍ର ଶ୍ରମିକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ତାହା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ରେଲୱେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କଥା କହିଥିଲେ ତାକୁ ଘୋଷଣା କଲେ ନାହିଁ । ପଦ୍ମପୁର ବାସୀଙ୍କୁ ଭକୁଆ ବନାଇ ଦେଲେ ମୁଖ୍ୟମନ୍ତ୍ରୀ । ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ନୃସିଂହନାଥ । ଏହାକୁ ପଦ୍ମପୁର ବାସୀ ଗ୍ରହଣ କରିବେ ନାହିଁ । ଆଗାମୀ ଦିନରେ ଏହାର ଜବାବ ଦେବେ ବୋଲି ପ୍ରଦୀପ କହିଛନ୍ତି ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାଧିକ ଟ୍ବିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, " ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁରକୁ ଜିଲ୍ଲା କରିବାର ପ୍ରତିଶ୍ରୁତି ଏବେ ବି ଘୋଷଣାରେ ସୀମିତ । ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସେ ନିଜ ମନ କଥା ନ କହି କାହା ହାତ ଲେଖା ପଢୁଛନ୍ତି । ଦୀର୍ଘ ୨୩ବର୍ଷର ଶାସନ ଦାୟିତ୍ବରେ ରହିବା ପରେ ପଦ୍ମପୁରର ପାଇକମାଳରେ ଥିବା ଗୋଟେ PHCକୁ CHC ଭାବେ ପରିଣତ କରି ମୁଁ ଯାହା କହେ ତାହା କରେ ବୋଲି କହିବା କେତେ ଦୂର ଠିକ୍ ? ବରଗଡ ଜିଲ୍ଲାରେ ହଜାର ହଜାର ଯୁବକ ଯୁବତୀ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ କେବେ କରିବେ ?"

ଟ୍ବିଟ ମାଧ୍ୟମରେ ଏପରି ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଣ ମାରିଛନ୍ତି ଧର୍ମେନ୍ଦ୍ର । ସେ ଆହୁରି କହିଛନ୍ତି, " ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡ଼ିଶା ରେଲ ଇନଫ୍ରାଷ୍ଟ୍ରକଚର ଡେଭେଲପମେଣ୍ଟ ଲିମିଟେଡ ବରଗଡ଼ ଏବଂ ନୂଆପଡ଼ା ରେଳ ଲାଇନର ଦାୟିତ୍ବ ସଠିକ ଭାବେ ନିର୍ବାହ କରିଛି କି ନାହିଁ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରନ୍ତୁ । ବରଗଡ଼ ସୋହେଲାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ଟଙ୍କା ବୋନସ ଦେବା କଥା କୁଆଡେ ଗଲା ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତିରେ ଓଡ଼ିଶା ସରକାରଙ୍କ ସମ୍ପୃକ୍ତି ଅଛି । ବରଗଡ଼ ସମେତ ପଶ୍ଚିମ ଓଡ଼ିଶାକୁ ଆବାସ ଯୋଜନାରେ ଘର ବଣ୍ଟନରେ ପାତରଅନ୍ତର କରିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 19, 2023, 7:07 PM IST

ABOUT THE AUTHOR

...view details