ଓଡିଶା

odisha

ETV Bharat / state

ଚାଷୀଙ୍କ ଧାନ କ୍ରୟ କରାଯିବା ଦାବିରେ ଯୋଗାଣ ଅଫିସ ଘେରିଲା ବିଜେପି

ଚାଷୀଙ୍କ ଧାନ କ୍ରୟ କରାଯିବା ଦାବିରେ ଯୋଗାଣ ଅଫିସ ଘେରିଲେ ଜିଲ୍ଲା ବିଜେପି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ନେବ ଉଗ୍ରରୂପ । ଅଧିକ ପଢନ୍ତୁ...

Bjp surrounded the supply office demanding the purchase of paddy from the farmers
ଚାଷୀଙ୍କ ଧାନ କ୍ରୟ କରାଯିବା ଦାବିରେ ଯୋଗାଣ ଅଫିସ ଘେରିଲା ବିଜେପି

By

Published : Jul 3, 2021, 8:23 AM IST

ବରଗଡ: ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଘେରିଲା ଜିଲ୍ଲା ବିଜେପି । ଚଳିତ ରବି ଋତୁ ଧାନ କିଣାବିକା ଶେଷ ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ପଞ୍ଜୀକୃତ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ବିଭିନ୍ନ ମାର୍କେଟ ୟାର୍ଡରେ ପଡିରହିଛି । ଧାନ ବିକ୍ରି କରିନପାରି ବରଗଡ଼ ଜିଲ୍ଲାର ଚାଷୀ ହତାଶ ହୋଇପଡିଛି ।

ଚାଷୀଙ୍କ ଧାନ କ୍ରୟ କରାଯିବା ଦାବିରେ ଯୋଗାଣ ଅଫିସ ଘେରିଲା ବିଜେପି

ଟୋକନ ସମସ୍ୟା ପାଇଁ ଚାଷୀ ଧାନ ବିକ୍ରି କରିନପାରି ମଣ୍ଡିରେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ । ତେବେ ଜିଲ୍ଲାର ସମସ୍ତ ଚାଷୀଙ୍କ ଧାନ କ୍ରୟକରାଯାଉ ବୋଲି ଦାବି କରିଛି ବିଜେପି । ଯଦି ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ୟପଟେ ଏ ବିଷୟରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବୁ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାଶ ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ABOUT THE AUTHOR

...view details