ଓଡିଶା

odisha

ETV Bharat / state

ମରୁଡି ଘୋଷଣା ହୋଇନାହିଁ, କିନ୍ତୁ କେଉଁ ଆଧାରରେ ଇନପୁଟ ସବସିଡି ଘୋଷଣା କଲେ: ବିଧାୟକ ମୁକେଶ ମହାଲିଙ୍ଗ

ପଦ୍ମପୁର ଉପନିର୍ବାଚନ ପାଇଁ ପଦ୍ମପୁରରେ ସମସ୍ତ ଦଳର ନେତା ଓ ମନ୍ତ୍ରୀ ମାନଙ୍କର ଚାଲିଛି ବ୍ୟାପକ ପ୍ରଚାର । ପଦ୍ମପୁର ରେ ଲଢେଇ ମୁଖ୍ୟତଃ ବିଜେପି ବିଜେଡି ମଧ୍ୟରେ ସିଧା ସଳଖ ହେଉଥିବା ବେଳେ ପୁଣି ଥରେ ପଛେଇ ଯାଇଛି କଂଗ୍ରେସ । ମରୁଡି ଘୋଷଣା ହୋଇନାହିଁ । କେଉଁ ଆଧାରରେ ଇନପୁଟ ସବସିଡି ଘୋଷଣା କଲେ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ମୁକେଶ ମହାଲିଙ୍ଗ । ଅଧିକ ପଢନ୍ତୁ

ମରୁଡି ଘୋଷଣା ହୋଇନାହିଁ, କିନ୍ତୁ କେଉଁ ଆଧାରରେ ଇନପୁଟ ସବସିଡି ଘୋଷଣା କଲେ: ବିଧାୟକ ମୁକେଶ ମହାଲିଙ୍ଗ
ମରୁଡି ଘୋଷଣା ହୋଇନାହିଁ, କିନ୍ତୁ କେଉଁ ଆଧାରରେ ଇନପୁଟ ସବସିଡି ଘୋଷଣା କଲେ: ବିଧାୟକ ମୁକେଶ ମହାଲିଙ୍ଗ

By

Published : Nov 24, 2022, 10:38 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ପଦ୍ମପୁରରେ ସମସ୍ତ ଦଳର ନେତା ଓ ମନ୍ତ୍ରୀ ମାନଙ୍କର ଚାଲିଛି ବ୍ୟାପକ ପ୍ରଚାର । ପଦ୍ମପୁରରେ ଲଢେଇ ମୁଖ୍ୟତଃ ବିଜେପି ବିଜେଡି ମଧ୍ୟରେ ସିଧା ସଳଖ ହେଉଥିବା ବେଳେ ପୁଣି ଥରେ ପଛେଇ ଯାଇଛି କଂଗ୍ରେସ ।

ମରୁଡି ଘୋଷଣା ହୋଇନାହିଁ, କିନ୍ତୁ କେଉଁ ଆଧାରରେ ଇନପୁଟ ସବସିଡି ଘୋଷଣା କଲେ: ବିଧାୟକ ମୁକେଶ ମହାଲିଙ୍ଗ

ପଦ୍ମପୁରରେ ଚାଷୀ ଆନ୍ଦୋଳନ ଉଭୟ ଦଳ ପାଇଁ ଏକ ପ୍ରମୁଖ ମୁଦ୍ଦା ହୋଇଥିବା ବେଳେ ଉଭୟ ଦଳ ଉଭୟଙ୍କୁ ଦୋଷାରୋପ କରିଚାଲିଛନ୍ତି । ପ୍ରତିଦିନ ଉଭୟ ଦଳର ନେତାଙ୍କ ମୁହଁରୁ ବାହାରୁଛି ସମାଲୋଚନା ଓ କଟାକ୍ଷ ।

ଆଜି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପଦ୍ମପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ବିଜେଡି ଦ୍ଵାରା ଦିଆଯାଇଥିବା ଇନପୁଟ ସବସିଡି ଓ ମରୁଡି ଘୋଷଣା ନକରିବା ଘଟଣା ପର୍ଦ୍ଦାଫାସ କରିଛନ୍ତି । ବିଜେଡି ପଦ୍ମପୁର ଉପନିର୍ବାଚନକୁ ଆଖି ଆଗରେ ରଖି ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଏବେ ଇନପୁଟ ସବସିଡି ଘୋଷଣା କରିଥିବା ବେଳେ ପୂର୍ବରୁ କାହିଁକି ପଦ୍ମପୁର ଅଞ୍ଚଳକୁ ମରୁଡି ଅଞ୍ଚଳ ଘୋଷଣା କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ମୁକେଶ ।

2021 ଖରିଫରେ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବା ବେଳେ ରାଜ୍ୟରେ ଅଦ୍ୟାବଧି ମରୁଡି ଘୋଷଣା କରାଯାଇନଥିବା ନେଇ ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ । ହେଲେ 2022 ରେ ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନ ପାଇଁ କିପରି ସବସିଡି ଘୋଷଣା କରାଗଲା ବୋଲି ଅଭିଯୋଗ କରିଛନ୍ତି ମୁକେଶ । ଧାମନଗର ଉପନିର୍ବାଚନରେ ବିଜେଡି ଦଳ ହାରିବା ପରେ ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନରେ ଚାଷୀଙ୍କୁ ନିଜ ସପକ୍ଷରେ ଆଣିବା ଉଦ୍ଦେଶ୍ୟରେ ବିଜେଡି ଦଳ ଚାଷୀଙ୍କୁ ଭୁଆଁ ବୁଲାଇ ଇନପୁଟ ସବସିଡି ଘୋଷଣା କରି ଯୋଜନା କରିଛି ବୋଲି ସମାଲୋଚନା କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details