ବରଗଡ:ଚାଉଳ ବିବାଦକୁ ବିଜେପି ଉପରେ ଗର୍ଜନ କରିଛି ବରଗଡ ବିଜେଡି ।ଜିଲ୍ଲା ବିଜେଡି ଦଳ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ କେନ୍ଦ୍ର ସରକାର ବିରୋଧରେ ଗଣଧାରଣା ସହ କଳା ବିକ୍ଷୋଭ ପ୍ରଦର୍ଶନ ହୋଇଛ । ଏହି ଗଣଧାରଣାରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ,ଅତାବିରା ବିଧାୟିକା ସ୍ନେହାଙ୍ଗିଣୀ ଛୁରିଆ, ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ଜିଲ୍ଲାର ସମସ୍ତ ବିଜେଡି ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ ।
କେନ୍ଦ୍ର ସରକାର ଓଡିଶାର ଗରିବଙ୍କୁ ଦେଉଥିବା ମାଗଣା ଚାଉଳ ବନ୍ଦ କରିଦେଇଥିବା ପ୍ରତିବାଦରେ ବିଜେଡି ଦଳ ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ଠାରେ ଆନ୍ଦୋଳନ କରିବା ସହିତ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଏକ ରାଲି କରି ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ଓଡିଶା ଏକ ଧାନ ଉତ୍ପାଦନକାରୀ ରାଜ୍ୟ ହୋଇଥିବା ବେଳେ ଓଡିଶାରେ ଉତ୍ପାଦିତ ହେଉଥିବା ବଳକା ଚାଉଳ କେନ୍ଦ୍ର ସରକାର କ୍ରୟ କରୁଥିଲେ । କିନ୍ତୁ ଚଳିତ ବର୍ଷ କେନ୍ଦ୍ର ସରକାର ଓଡିଶାରୁ ଚାଉଳ କ୍ରୟ କରିବାର ଅର୍ଥ 20 ହଜାର କୋଟି ଟଙ୍କା କମେଇ ଦେଇଛନ୍ତି । ଗତ ବର୍ଷ 18 ଲକ୍ଷ ମେଟ୍ରିକ ଟନ ଚାଉଳ ଓଡିଶାରୁ କିଣିଥିଲେ କେନ୍ଦ୍ର ସରକାର କିନ୍ତୁ ଚଳିତ ବର୍ଷ ବଜେଟରେ 80% ଚାଉଳ କିଣିବା କମେଇ ଦେଇ 4 ଲକ୍ଷ ମେଟ୍ରିକ ଟନ କରି ଦେଇଛନ୍ତି । କେନ୍ଦ୍ରର ଭାରତୀୟ ଜନତା ପାର୍ଟି କାହିଁକି ଚାଷୀ ବିରୋଧୀ ନୀତି ଅବଲମ୍ବନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।