ଓଡିଶା

odisha

ETV Bharat / state

ଉପନିର୍ବାଚନରେ ବିଜେଡିର ବଡ ବିଜୟ: ପଦ୍ମପୁରବାସୀଙ୍କୁ ଶ୍ରେୟ ଦେଲେ ବର୍ଷା - ପଦ୍ମପୁର ଉପନିର୍ବାଚନ ରେଜଲ୍ଟ

ପଦ୍ମପୁରରେ ବଡ ବିଜୟ ନେଇ ପ୍ରତିକ୍ରିୟା ଦେଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ମରିବା ପର୍ଯ୍ୟନ୍ତ ପଦ୍ମପୁରବାସୀଙ୍କ ସହ ରହିବି ବୋଲି କହିଲେ ବର୍ଷା । ଅଧିକ ପଢନ୍ତୁ

ପଦ୍ମପୁରରେ ବିଜେଡିର ବଡ ବିଜୟ: ପଦ୍ମପୁରବାସୀଙ୍କୁ ଶ୍ରେୟ ଦେଲେ ବର୍ଷା
ପଦ୍ମପୁରରେ ବିଜେଡିର ବଡ ବିଜୟ: ପଦ୍ମପୁରବାସୀଙ୍କୁ ଶ୍ରେୟ ଦେଲେ ବର୍ଷା

By

Published : Dec 8, 2022, 3:45 PM IST

Updated : Dec 8, 2022, 3:54 PM IST

ବରଗଡ: ପଦ୍ମପୁର ଉପନିର୍ବାଚନକୁ ନେଇ ବିଜେଡିର ଦମ୍ଭୋକ୍ତି ସତ ପ୍ରମାଣିତ ହେଉଛି । ପଦ୍ମପୁରରେ ବିରାଟ ବିଜୟ ଆଡକୁ ଅଗ୍ରସର ହେଉଛି ବିଜେଡି । ୨୨ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇ ବିପୁଳ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା(BJD candidate Barsha Singh Bariha) । ଯଦିଓ ଏ ପର୍ଯ୍ୟନ୍ତ ଗଣତି ପ୍ରକ୍ରିୟା ଶେଷ ହୋଇନାହିଁ, ତଥାପି ବିଜେଡି ଏହି ଉପନିର୍ବାଚନରେ ବିଜୟ ହାସଲ କରିବ ବୋଲି ସଦ୍ୟତମ ଫଳାଫଳରୁ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ।

ଉପନିର୍ବାଚନରେ ବିଜେଡିର ବଡ ବିଜୟ: ପଦ୍ମପୁରବାସୀଙ୍କୁ ଶ୍ରେୟ ଦେଲେ ବର୍ଷା

ବର୍ଷା ସିଂ ବରିହା ପଦ୍ମପୁର ଫଳାଫଳକୁ ନେଇ ଖୁସି ପ୍ରକଟ କରିବା ସହ ନିଜ ବିଜୟର ଶ୍ରେୟ ସେ ପଦ୍ମପୁରବାସୀଙ୍କୁ ଦେଇଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳୀୟ କର୍ମୀମାନଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି । ବର୍ଷା କହିଛନ୍ତି, ''ମୁଁ ପଦ୍ମପୁରବାସୀଙ୍କ ସାଙ୍ଗରେ ଥିଲି, ଏବେ ବି ଅଛି ଓ ମରିବା ପର୍ଯ୍ୟନ୍ତ ସେମାନଙ୍କ ସାଥିରେ ରହିବି ।''

ବିଜେଡି ବିଜୟ ଦ୍ବାରଦେଶରେ ଛିଡା ହୋଇଥିବା ବେଳେ ଏହାକୁ ନେଇ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, '' ଉପନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିଲା । ନିର୍ବାଚନରେ ତାହାର ପ୍ରତିଫଳନ ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏହା ଏକ ଟ୍ରେଲର । ପଦ୍ମପୁରବାସୀ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଛନ୍ତି । ଯେଉଁମାନେ ପ୍ରସଙ୍ଗକୁ ଅପ୍ରସଙ୍ଗ କରନ୍ତି କେମିତି ପଦ୍ମପୁରବାସୀ ଜବାବ ଦିଅନ୍ତି'' ତାହା ନିର୍ବାଚନରୁ ଜଣାପଡୁଛି ବୋଲି କହିଛନ୍ତି ।

ପ୍ରକାଶଥାଉ କି, ପଦ୍ମପୁର ଉପନିର୍ବାଚନ ଭୋଟ ଗଣତିରେ ୨୨ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷାଙ୍କୁ ୧,୧୫,୧୬୯ ଖଣ୍ଡ ଭୋଟ ମିଳିଛି । ସେହିପରି ତାଙ୍କ ପଛକୁ ୭୪,୪୨୪ ଭୋଟ ସହ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ରହିଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୩୪୩୫ ଭୋଟ ମିଳିଛି ।

ଇଟିଭି ଭାରତ, ବରଗଡ

Last Updated : Dec 8, 2022, 3:54 PM IST

ABOUT THE AUTHOR

...view details