ଭୁବନେଶ୍ବର: ବସିଲା ଉଚ୍ଚସ୍ତରୀୟ କମିଟି ବୈଠକ। ଚୂଡାନ୍ତ ହେଲା ପ୍ରାର୍ଥୀଙ୍କ ଠାରୁ ରଣନୀତି । ବିଜେପୁର ମୁଖ୍ୟମନ୍ତ୍ରୀଙ୍କ ସିଟ ଥିବାରୁ ବିଜେଡି ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି । ସାଧରଣ ନିର୍ବାଚନ ଠାରୁ ଅଧିକ ଭୋଟରେ ଜିତିବା ପାଇଁ ସୁପ୍ରିମୋଙ୍କ ନିର୍ଦେଶ ରହିଛି । ଏନେଇ ବରିଷ୍ଠ ନେତାଙ୍କୁ ନେଇ ଆଜି ନବୀନ ନିବାସରେ କସରତ କରିଥିଲା ବିଜେଡି ।
ବ୍ଲକଓ ପଞ୍ଚାୟତରେ କିଏ ରହିବ ସେନେଇ ନିଷ୍ପତି ହୋଇଛି । ସୁଶାନ୍ତ ସିଂଙ୍କୁ ପୁରା ବିଜେପୁର ଭାର ଦିଆଯାଇଛି । ଏହାସହ ତାଙ୍କୁ ବିଜେପୁର ଏବଂ ଗାଇସିଲେଟ ବ୍ଲକରେ ମଧ୍ୟ ଫୋକସ କରିବାକୁ କୁହାଯାଇଛି । କଳିକେଶ ସିଂହଦେଓ ଗାଇସିଲେଟରେ ସୁଶାନ୍ତ ସିଂହଙ୍କୁ ସହଯୋଗ କରିବେ । ବିଜେପୁର ବ୍ଲକ ଦାୟିତ୍ବରେ ରହିବେ ଅରୁଣ ସାହୁ ।