ଓଡିଶା

odisha

ETV Bharat / state

ବିଜେପୁରରେ ବିଜେପିର ପ୍ରଚାର, ସନତଙ୍କ ପାଇଁ ମୈଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ର - ମୁଖ୍ୟମନ୍ତ୍ରୀକୁ ସିଧା ନିଶାନା କଲେଧର୍ମେନ୍ଦ୍ର

ପ୍ରାର୍ଥୀ ଘୋଷଣା ପରେ ପଥ ପ୍ରସ୍ତୁତ । ଆରମ୍ଭ ହୋଇଛି ଉଷ୍ମତା । ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ମୈଦାନକୁ ପଦାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଧାରଣ ସଭା, ପ୍ରଚାର ଓ ପଥପ୍ରାନ୍ତ ସଭାକରି ମୁଖ୍ୟମନ୍ତ୍ରୀକୁ ସିଧା ନିଶାନା କରିଛନ୍ତି ଧର୍ମେନ୍ଦ୍ର ।

ଡ଼ିଜାଇନ୍ ଫଟୋ

By

Published : Oct 11, 2019, 5:33 PM IST

ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ରଣାଙ୍ଗନକୁ ଓହ୍ଲାଇଛି ବିଜେପି । ଆରମ୍ଭ କରିଛି ପ୍ରଚାର । ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର ମୈଦାନକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ ପ୍ରଥମେ ଗାଇସିଲେଟ ବ୍ଲକ ତାଲପାଲିରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗଦେଇ ସାଧାରଣ ସଭାକୁ ଉଦବୋଧନ ଦେଇଥିଲେ ।

ସନତଙ୍କ ପାଇଁ ମୈଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ର

ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ୨୦୧୮ ଉପର୍ନିବାଚନ ସମୟରେ ଏଠାକାର ଲୋକଙ୍କ ସହିତ ଛଳନା କରି ନିର୍ବାଚନ ଜିତିଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ବିଜେପୁରର ବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ବିଶ୍ବାସଘାତ କରିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ବିଜେପୁରବାସୀ ତାଙ୍କ ଉପରେ ଭରସା କରି ଭୋଟ ଦେଇ ଜିତାଇଥିଲେ । ମାତ୍ର ନବୀନ ହିଞ୍ଜିଳି ଆସନକୁ ଛାଡି ବିଜେପୁର ଆସନକୁ କାହିଁକି ଛାଡି ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ନିର୍ବାଚନ ମଣ୍ଡଳୀରେ ସ୍ବାସ୍ଥ୍ୟ, ଜଳସେଚନ, ପାନୀୟ ଜଳଯୋଗାଣ ବ୍ୟବସ୍ଥା ଭୁଶୁଡି ପଡ଼ିଛି । ତେଣୁ ବିଜେପି ପ୍ରାର୍ଥୀ ବିଜୟୀ ହେଲେ ଏହି ଅଞ୍ଚଳର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

ଦଳୀୟ ପ୍ରାର୍ଥୀଙ୍କୁ ଉପନିର୍ବାଚନରେ ଜିତାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ଉପସ୍ଥିତ ବରିଷ୍ଠ ନେତା । ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ ଲୋକସଭା ସାସଂଦ ସୁରେଶ ପୂଜାରୀ, ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, କେ. ଭି ସିଂଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବରଗଡ଼ରୁ ରାଜେଶ ସରାପ୍, ଇଟିଭି ଭାରତ

ABOUT THE AUTHOR

...view details