ଓଡିଶା

odisha

ରାତି ପାହିଲେ ବିଜେପୁର ବ୍ୟାଟେଲ: ଭୋଟ ବିକ୍ରି ପାଇଁ ନେତାଙ୍କ ଅପେକ୍ଷାରେ ଭୋଟର !

ଟଙ୍କା ବଦଳରେ ଭୋଟ୍ ଟେକି ଦେବାକୁ ଅନାଇ ବସିଛନ୍ତି ବିଜେପୁର ଭୋଟର । ଏହି କଥା ଆମେ କହୁନୁ କହୁଛନ୍ତି ଖୋଦ୍ ଭୋଟର ।

By

Published : Oct 20, 2019, 10:27 PM IST

Published : Oct 20, 2019, 10:27 PM IST

ଭୋଟ ବିକ୍ରି ପାଇଁ ଗ୍ରାହକଙ୍କ ଅପେକ୍ଷାରେ ଭୋଟର !

ବରଗଡ: ରାତି ପାହିଲେ ବିଜେପୁର ଆସନ ପାଇଁ ପଡିବ ଭୋଟ୍ । କିଏ ବିଜେପୁର ମୁକୁଟ ପିନ୍ଧିବ ତାକୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି । ଏପଟେ କିନ୍ତୁ ନିଜ ମୂଲ୍ୟବାନ ଭୋଟ୍‌ ବିକ୍ରି କରିବାକୁ ପ୍ରସ୍ତୁତ ହୋଇଗଲେଣି ଭୋଟର । ଏହିକଥା ଆମେ କହୁନୁ କହୁଛନ୍ତି ଖୋଦ୍ ବିଜେପୁର ଭୋଟର ।

ଭୋଟ ବିକ୍ରି ପାଇଁ ଗ୍ରାହକଙ୍କ ଅପେକ୍ଷାରେ ଭୋଟର !

ଖୋଲାଖୋଲି ଭାବେ ଟଙ୍କା ବଦଳରେ ଭୋଟ୍ ବିକ୍ରି କରିବାକୁ ଆଗକୁ ଆସିଛନ୍ତି ସେମାନେ । ଯିଏ ଟଙ୍କା ଦେବ ତାକୁ ଭୋଟ୍ ଦେବେ ବୋଲି କହିଛନ୍ତି କ୍ୟାମେରା ସମ୍ମୁଖରେ । ଆଉ କିଛି ଭୋଟର ତାଙ୍କ ବିପଦ ଆପଦରେ ଯିଏ ଛିଡା ହୋଇଛି ତାକୁ ହିଁ ଭୋଟ ଦେବେ ବୋଲି କହିଛନ୍ତି ।

ଏଥର ନିର୍ବାଚନକୁ ମିଶାଇ ବିଜେପୁରରେ 3ଥର ନିର୍ବାଚନ ହେବାକୁ ଯାଉଛି । ନେତା ମଧ୍ୟ ମାଳ ମାଳ ପ୍ରତିଶୃତି ଲଦି ଦେଇଛନ୍ତି ଭୋଟରଙ୍କ ଉପରେ । ସବୁ ଦଳ ଜିତାପଟ୍ ଲାଭ ପାଇଁ ଲାଗି ପଡିଥିବା ବେଳେ ଏହାକୁ ସୁବର୍ଣ୍ଣ ସୁଯୋଗ ବୋଲି ଭାବିଦେଇଛନ୍ତି କିଛି ଭୋଟର । ଭୋଟ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ବହୁ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ହେଲେ ଆଜିବି ସଚେତନତା ଅଭାବରୁ ଭୋଟ୍ ବିକ୍ରି ପାଇଁ ପଛାଉ ନାହାନ୍ତି କେତେକ ଭୋଟର ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details