ଓଡିଶା

odisha

ବିଜେପୁର NAC ଅଧ୍ୟକ୍ଷା ଆସନ ଗ୍ରହଣ କଲେ ବିଜେଡ଼ିର ସୀତା ବାରିକ

ନବୀନ ପଟ୍ଟନାୟକଙ୍କ ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ପ୍ରଥମ ଥର ନିର୍ବାଚନ ହୋଇଥିବା ବେଳେ ଏହି ଆସନକୁ ବିଜେଡି ଦଖଲ କରିଛି । ତେବେ ଅଧ୍ୟକ୍ଷା ପଦ ପାଇଁ ନବ ନିର୍ବାଚିତ ହୋଇଥିବା ସୀତା ବାରିକ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଜେପୁର ଜଗନ୍ନାଥ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରି ଶୋଭା ଯାତ୍ରାରେ ବାହାରି ବିଜେପୁର ସହର ପରିକ୍ରମା କରିଥିଲେ । ଅଧିକ ପଢନ୍ତୁ

By

Published : Mar 31, 2022, 7:43 AM IST

Published : Mar 31, 2022, 7:43 AM IST

ବିଜେପୁର NAC ଅଧ୍ୟକ୍ଷା ଆସନ ଗ୍ରହଣ କଲେ ବିଜେଡ଼ିର ସୀତା ବାରିକ
ବିଜେପୁର NAC ଅଧ୍ୟକ୍ଷା ଆସନ ଗ୍ରହଣ କଲେ ବିଜେଡ଼ିର ସୀତା ବାରିକ

ବରଗଡ:ନବୀନ ପଟ୍ଟନାୟକଙ୍କ ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ପ୍ରଥମ ଥର ନିର୍ବାଚନ ହୋଇଥିବା ବେଳେ ଏହି ଆସନକୁ ବିଜେଡି ଦଖଲ କରିଛି । ତେବେ ଅଧ୍ୟକ୍ଷା ପଦ ପାଇଁ ନବ ନିର୍ବାଚିତ ହୋଇଥିବା ସୀତା ବାରିକ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଜେପୁର ଜଗନ୍ନାଥ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରି ଶୋଭା ଯାତ୍ରାରେ ବାହାରି ବିଜେପୁର ସହର ପରିକ୍ରମା କରିଥିଲେ ।

ବିଜେପୁର NAC ଅଧ୍ୟକ୍ଷା ଆସନ ଗ୍ରହଣ କଲେ ବିଜେଡ଼ିର ସୀତା ବାରିକ

ପରେ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେପୁର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ଏକ୍କା ସ୍ୱାଗତ କରିବା ସହ ଦାୟିତ୍ୱ ପ୍ରଦାନ କରିଥିଲେ । ବିଜେପୁରରେ ନୂତନ ଭାବେ ଚେୟାରମ୍ୟାନ ବସିବା ପରେ ବିଜେପୁର ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ବିକାଶର ଫର୍ଦ୍ଦ ସହ ଯୋଡ଼ିହୋଇ ଯାଇଛି ବୋଲି ଉତ୍ସାହିତ ଅଛନ୍ତି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details