ଓଡିଶା

odisha

ସରିଲା ବିଜେପୁର ଉପନିର୍ବାଚନ, 24ରେ ପ୍ରକାଶ ପାଇବ ଫଳାଫଳ

ସରିଲା ବିଜେପୁର ଉପନିର୍ବାଚନ । ତେବେ ବିଜେପୁର ନିର୍ବାଚନମଣ୍ଡଳୀରେ ସର୍ବମୋଟ ମତଦାନ 78.96% ହୋଇଥିବାବେଳେ ବରପାଲି ବ୍ଲକରେ 77.28%, ଗାଇସିଲେଟ ବ୍ଲକରେ 80.43 % ଓ ବିଜେପୁର ବ୍ଲକରେ 82.56 ପ୍ରତିଶତ ମତଦାନ ହୋଇଛି ।

By

Published : Oct 21, 2019, 11:55 PM IST

Published : Oct 21, 2019, 11:55 PM IST

ଡିଜାଇନ ଫଟୋ

ବରଗଡ: ସରିଲା ବିଜେପୁର ଉପନିର୍ବାଚନ । ତେବେ ବିଜେପୁର ନିର୍ବାଚନ ମଣ୍ଡଳୀରେ ସର୍ବମୋଟ ମତଦାନ 78.96% ହୋଇଥିବାବେଳେ ବରପାଲି ବ୍ଲକରେ 77.28%, ଗାଇସିଲେଟ ବ୍ଲକରେ 80.43 % ଓ ବିଜେପୁର ବ୍ଲକରେ 82.56 ପ୍ରତିଶତ ମତଦାନ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ ଗତ ସାଧାରଣ ନିର୍ବାଚନରେ ବିଜେପୁର ନିର୍ବାଚନ ମଣ୍ଡଳୀରେ 82% ମତ ସଂଗ୍ରହ କରାଯାଇ ଥିବାବେଳେ ଉପନିର୍ବାଚନରେ ଏହି ହାର କମିଛି । ସେପଟେ ମତଦାନ ଶେଷ ହେବାପରେ ତିନି ପ୍ରମୁଖ ଦଳ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ।

ତେବେ ଭୋଟ ବାକ୍ସ ସିଲ୍‌ ହୋଇଥିବାବେଳେ ବିଜେପୁରବାସୀ କାହା ମୁଣ୍ଡରେ ସୁନା କଳସ ଢାଳିଛନ୍ତି ତାହା ଅକ୍ଟୋବର 24 ତାରିଖରେ ଜଣାପଡିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details