ବରଗଡ: ବିଜେପୁର ଉପନିର୍ବାଚନ ପାଇଁ ଦାଖଲ କରାଯାଇଥିବା ସମୁଦାୟ ୭ ଗୋଟି ପ୍ରାର୍ଥୀପତ୍ର ମଧ୍ୟରୁ ଦୁଇ ଗୋଟି ପ୍ରାର୍ଥୀ ପାତ୍ର ନାକଚ ହୋଇଯାଇଛି । ଅବଶିଷ୍ଠ ୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ସ୍ଥାୟୀ ରହିଛି । ଆସନ୍ତା ଅକ୍ଟୋବର 21 ତାରିଖରେ ବିଜେପୁରରେ ହେବାକୁଥିବା ଉପନିର୍ବାଚନ ପାଇଁ ମୋଟ ସାତ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା ।
ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ରହିଥିବା ବେଳେ ସମସ୍ତ ପ୍ରାର୍ଥୀ ଶେଷ ଦିନରେ ହିଁ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରଥମେ କଂଗ୍ରେସ ଦଳ ଓ ପରେ ବିଜେପି ଏବଂ ବିଜେଡି ଦଳ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସମାଜବାଦୀ ପାର୍ଟି , ଅଖିଲ ଭାରତ ହିନ୍ଦୁ ମହାସଭା ସହିତ ଅନ୍ୟ ଦୁଇ ଜଣ ସ୍ଵାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।