ଓଡିଶା

odisha

ETV Bharat / state

ରାତି ପାହିଲେ ବିଜେପୁର ଭୋଟ ଗଣତି - latest bijepur election result

ରାତି ପାହିଲେ ବିଜେପୁର ଭୋଟ ଗଣତି । ସକାଳ 8ଟାରୁ ପଦ୍ମପୁର ଆରଏମସି ପଡିଆରେ ହେବ ଗଣତି । 14ଟି ଟେବୁଲରେ ମୋଟ 21 ରାଉଣ୍ଡ ଗଣତି ହେବ ବୋଲି ଜଣାପଡିଛି ।

ପ୍ରତିକାତ୍ମକ ଫଟୋ

By

Published : Oct 23, 2019, 10:28 PM IST

ବରଗଡ: ଆସନ୍ତାକାଲି(ଗୁରୁବାର) ବିଜେପୁର ଉପନିର୍ବାଚନର ହେବ ଭୋଟ ଗଣତି । ସକାଳ 8ଟାରୁ ପଦ୍ମପୁର ଆରଏମସି ପଡିଆରେ ଗଣତି କରାଯିବ । 14ଟି ଟେବୁଲରେ ମୋଟ 21 ରାଉଣ୍ଡ ଗଣତି ହେବ । ଗଣତି ପ୍ରକ୍ରିୟାରେ ସମୁଦାୟ 120 ଜଣ କର୍ମଚାରୀ ନିୟୋଜିତ ରହିବେ । ତେବେ ଗଣତି ପାଇଁ ଗଣନା କେନ୍ଦ୍ର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଯାଇଥିବା ଜଣାପଡିଛି ।

ରାତି ପାହିଲେ ବିଜେପୁର ଭୋଟ ଗଣତି

ଗତ 21 ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା । 285 ଟି ବୁଥରେ ନିଜ ମତ ସାବ୍ୟସ୍ତ କରିଥିଲେ ବିଜେପୁର ନିର୍ବାଚନମଣ୍ଡଳୀବାସୀ । ନିର୍ବାଚନ ପରେ ସମସ୍ତ ଇଭିଏମ ଓ ଭିଭିପାଟ ପଦ୍ମପୁର ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ମଧ୍ୟରେ ରହିଛି । ଏକ ପ୍ଲାଟୁନ ସିଆରପିଏଫ ଫୋର୍ସ ସହ ଓଏସପି ଯବାନମାନେ ଷ୍ଟ୍ରଙ୍ଗରୁମ ଜଗିଛନ୍ତି ।

ସୂଚନା ଥାଉକି, ବିଜେପୁର ଉପନିର୍ବାଚନରେ 5 ଜଣ ପ୍ରାର୍ଥୀ ମଇଦାନରେ ଥିଲେ । ତେବେ ଆସନ୍ତାକାଲି ଗଣତି ପରେ ବିଜେପୁରବାସୀ କାହା ଉପରେ ଭରସା କରିଛନ୍ତି ତାହା ସ୍ପଷ୍ଟ ହୋଇଯିବ ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

ABOUT THE AUTHOR

...view details