ଓଡିଶା

odisha

ETV Bharat / state

ବରଗଡରେ ଉଦଘାଟିତ ହେଲା ସର୍ବବୃହତ ପାନୀୟଜଳ ପ୍ରକଳ୍ପ

ବରଗଡରେ ଉଦଘାଟନ ହୋଇଛି ସର୍ବବୃହତ ପାନୀୟଜଳ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ଜରିଆରେ ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି | ୨୦୦୮ ମସିହାରେ ଏହି ପ୍ରକଳ୍ପର ଘୋଷଣା ହୋଇଥିବାବେଳେ ଦୀର୍ଘ ୧୨ ବର୍ଷ ପରେ ଆଜି ଏହାର ଶୁଭ ଉଦଘାଟନ ହୋଇଥିବାରୁ ସ୍ଥାନୀୟ ଲୋକେ ମଧ୍ୟ ବେଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Feb 26, 2019, 11:44 PM IST

ବରଗଡ: ଜିଲ୍ଲାରେ ଉଦଘାଟନ ହୋଇଛି ସର୍ବବୃହତ ପାନୀୟଜଳ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ଜରିଆରେ ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି | ୨୦୦୮ ମସିହାରେ ଏହି ପ୍ରକଳ୍ପର ଘୋଷଣା ହୋଇଥିବାବେଳେ ଦୀର୍ଘ ୧୨ ବର୍ଷ ପରେ ଆଜି ଏହାର ଶୁଭ ଉଦଘାଟନ ହୋଇଥିବାରୁ ସ୍ଥାନୀୟ ଲୋକେ ମଧ୍ୟ ବେଶ ।

ସାଧାରଣ ନିର୍ବାଚନ ଆଗକୁ ଆସୁଥିବାବେଳେ ଅଳ୍ପ କିଛି ଦିନ ପରେ ଲାଗୁ ହୋଇଯିବ ନିର୍ବାଚନ ଆଚରଣ ବିଧି । ତେବେ ଏହା ପୂର୍ବରୁ ଘୋଷଣା କରାଯାଇଥିବା ପ୍ରକଳ୍ପ ଗୁଡିକର ଉଦଘାଟନ ପାଇଁ ଲାଗିପଡିଛି ବିଜେଡି | ବିରୋଧୀ ଦଳଗୁଡିକ ଏହି ଅର୍ଦ୍ଧନିର୍ମିତ ପାନୀୟଜଳ ପ୍ରକଳ୍ପକୁ ବିଭିନ୍ନ ନିର୍ବାଚନରେ ଅସ୍ତ୍ର କରୁଥିବାବେଳେ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଥରେ ସୁଯୋଗ ଦେବାକୁ ଚାହିଁ ନାହିଁ ଶାସକ ଦଳ ।

ତେବେ ଏହି ପ୍ରକଳ୍ପରେ ବରଗାଁ ଠାରୁ ବରଗଡ ଟାଉନ ପର୍ଯ୍ୟନ୍ତ ପାଇପ ଲାଇନ ବିଛାଯାଇଥିବାବେଳେ ଗ୍ରୀଷ୍ମ ଋତୁରେ ଆଉ ପାଣିର ସମସ୍ୟା ରହିବ ନାହିଁ ବୋଲି କୁହାଯାଉଛି । ଉଦଘାଟନ ନେଇ ନୂତନ ବସଷ୍ଟାଣ୍ଡରେ ହୋଇଥିବା ସାଧାରଣ ସଭାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଲୋକସଭା ସାଂସଦ ପ୍ରଭାସ ସିଂହ ପ୍ରମୁଖ ଯୋଗଦେଇଥିଲେ ।

ସୂଚନା ଥାଉକି, ୨୦୦୮ ମସିହାରେ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାବେଳେ ୨୦୧୨ ମସିହା ସୁଦ୍ଧା ଏହା ସମ୍ପୂର୍ଣ ହେବାର ସମୟସୀମା ରହିଥିଲା |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details