ବରଗଡ: ରାଜ୍ୟରେ ଜାରି ରହିଛି ଲକ ଡାଉନ । ଜନ ଜୀବନ ପ୍ରଭାବିତ ହୋଇଛି । ଲକଡାଉନ ସମୟରେ ସାଧାରଣ ଖାଉଟିଙ୍କ ଯେମିତି କୌଣସି ପ୍ରକାରର ଅସୁବିଧା ନହୁଏ ସେ ନେଇ ରାଜ୍ୟ ସରକାର ସ୍ଵତନ୍ତ୍ର ବ୍ୟବସ୍ଥା କରିଥିଲେ। କିନ୍ତୁ ବରଗଡ ସହରରେ ଏହାର ବ୍ୟତିକ୍ରମ ଦେଖାଦେଇଛି ।
ଲକ ଡାଉନରେ ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା - Beneficiaries did not receive government compensation
ଲକ ଡାଉନ ସମୟରେ ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା । ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରିଲେ ଓ୍ବାର୍ଡବାସୀ । ଅଧିକ ପଢନ୍ତୁ.....
ଲକ ଡାଉନ ସମୟରେ ହିତାଧିକାରୀଙ୍କୁ ମିଳୁନି ସରାକାରୀ ସହାୟତା
ସରକାର ସମସ୍ତ ହିତାଧିକାରୀଙ୍କୁ ତିନି ମାସର ଚାଉଳ ସହିତ ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ କରୁଥିବା ବେଳେ ବରଗଡ ସହର ୧ ନମ୍ବର ୱାର୍ଡର ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଓ୍ବାର୍ଡର ହିତାଧିକାରୀ ଲକ ଡାଉନକୁ ବେଖାତିର କରି ସାମାଜିକ ଦୂରତା ଭୁଲି ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଏପରିକି ହିତାଧିକାରୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ମଧ୍ୟ ଅଭିଯୋଗ ସାମ୍ନାକୁ ଆସିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ