ଓଡିଶା

odisha

ETV Bharat / state

ସାହାରା ଖୋଜୁଛି ଅନ୍ୟଙ୍କୁ ସାହାରା ଦେଉଥିବା ଆଶ୍ରମ - ସାହାରା ଖୋଜୁଛି ଆଶ୍ରମ

ବରଗଡ ଜିଲ୍ଲାରେ ରହିଛି ମୋଟ 4ଟି ଅନାଥ ଆଶ୍ରମ । ଯେଉଁଠି ଆଶ୍ରୟ ନେଇଛନ୍ତି 118 ଅନାଥ ଶିଶୁ । ସେପଟେ 5ଟି ବୃଦ୍ଧାଶ୍ରମରେ ମୁଣ୍ଡ ଗୁଞ୍ଜିଛନ୍ତି 100 ବୟୋଜ୍ୟେଷ୍ଠ । ଏହି ଆଶ୍ରମ ମଧ୍ୟରୁ କେତେକକୁ ସରକାରୀ ଅନୁଦାନ ମିଳୁଥିଲେ ସୁଦ୍ଧା ସାଧାରଣ ଲୋକଙ୍କ ସାହାଯ୍ୟ ବିନା ଏକପ୍ରକାର ଅକାମୀ ହୋଇପଡେ ଆଶ୍ରମ । ଅଧିକ ପଢନ୍ତୁ...

bargarh latest news, ashram in bargarh, orphanage in bargarh, old age home in bargarh, ashram needs help in bargarh, corona impact on ashrams, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ବରଗଡରେ ଅନାଥାଶ୍ରମ, ବରଗଡରେ ବୃଦ୍ଧାଶ୍ରମ, ସାହାରା ଖୋଜୁଛି ଆଶ୍ରମ, ଆଶ୍ରମ ଉପରେ କୋରୋନା ପ୍ରଭାବ
ସାହାରା ଖୋଜୁଛି ଅନ୍ୟଙ୍କୁ ସାହାରା ଦେଉଥିବା ବରଗଡର ଆଶ୍ରମ

By

Published : Oct 1, 2020, 2:34 PM IST

ବରଗଡ: ପରିବାର ପର କରିବା ପରେ ମୁଣ୍ଡ ଗୁ଼ଞ୍ଜିବା ପାଇଁ ଘର ଆଉ ପେଟ ଭରିବାକୁ ଦି ଓଳି ଦାନା ଯୋଗାଡୁଥିଲା ଅନାଥ ଆଶ୍ରମ ଓ ବୃଦ୍ଧାଶ୍ରମ । ଘରଠାରୁ ଦୂରରେ ରହିବାରୁ ଦୁଃଖ ଭୁଲି ପୁଣି ଜୀବନ ଜୀଇଁବାର କଳା ଶିଖାଇଥିଲା ଏହି ଆଶ୍ରମ । ହେଲେ କୋରୋନା ମାଡରେ ଏବେ ନିଜେ ଅନାଥ ହୋଇପଡିଛି ଏହି ଆଶ୍ରମ ସବୁ । ଆଉ ପର୍ବ ପର୍ବାଣୀ ନା କେହି ଆସୁଛନ୍ତି ନା ପୂଣ୍ୟ ଅର୍ଜନ ପାଇଁ କେହି ଆସି ଦାନ ଧର୍ମ କରୁଛନ୍ତି ।

ସାହାରା ଖୋଜୁଛି ଅନ୍ୟଙ୍କୁ ସାହାରା ଦେଉଥିବା ବରଗଡର ଆଶ୍ରମ

ଆଗରୁ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଅନାଥ ଝିଅ ହାତକୁ ଦି ହାତ ହେଉଥିବା ବେଳେ ଏବେ ଅସହ୍ୟ ହୋଇ ପଡିଛି ଏମାନଙ୍କ ଜୀବନ । ବରଗଡ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି କିଛି ହୃଦୟ ବିଦାରକ ଦୃଶ୍ୟ । ଜିଲ୍ଲାର ଅନାଥ ଆଶ୍ରମ ଓ ବୃଦ୍ଧାଶ୍ରମକୁ ଆଗପରି ଆଉ ଛୁଟୁନି ବଦାନ୍ୟ ବ୍ୟକ୍ତିଙ୍କ ଭିଡ । ନା ଆସୁଛି ନୂଆ ଅନୁଦାନ ନା ମିଳୁଛି ଅନ୍ତେବାସୀଙ୍କୁ ଉପଯୁକ୍ତ ଖାଦ୍ୟ । ଏମିତିରେ ସ୍ବାସ୍ଥ୍ୟ ସମସ୍ୟା କଥା ପଚାରେ କିଏ ?

ବରଗଡ ଜିଲ୍ଲାରେ ରହିଛି ମୋଟ 4ଟି ଅନାଥ ଆଶ୍ରମ । ଯେଉଁଠି ଆଶ୍ରୟ ନେଇଛନ୍ତି 118 ଅନାଥ ଶିଶୁ । ସେପଟେ 5ଟି ବୃଦ୍ଧାଶ୍ରମରେ ମୁଣ୍ଡ ଗୁଞ୍ଜିଛନ୍ତି 100 ବୟୋଜ୍ୟେଷ୍ଠ । ଏହି ଆଶ୍ରମ ମଧ୍ୟରୁ କେତେକକୁ ସରକାରୀ ଅନୁଦାନ ମିଳୁଥିଲେ ସୁଦ୍ଧା ସାଧାରଣ ଲୋକଙ୍କ ସାହାଯ୍ୟ ବିନା ଏକପ୍ରକାର ଅକାମୀ ହୋଇପଡେ ଆଶ୍ରମ । ହେଲେ କୋରୋନା ଲକଡାଉନ ପାଇଁ ଏବେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ସେପଟେ ଦୀର୍ଘ ଦିନ ଧରି ବ୍ୟବସାୟ ବନ୍ଦ ଥିବାରୁ ବିଗିଡିଥିବା ଆର୍ଥିକ ଅବସ୍ଥା ନେଇ ଦାନ କରିବାକୁ ପଛ ଘୁଞ୍ଚା ଦେଉଛନ୍ତି ଲୋକେ ।

ତଥାପି ମହାମାରୀରେ କିଛି ଦିନ ପର୍ଯ୍ୟନ୍ତ ଜିଲ୍ଲାର କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶ୍ରମମାନଙ୍କରେ ଖାଦ୍ୟ ବିତରଣ କରିଥିଲେ । ହେଲେ ଏବେ ପୁଣି ଅବସ୍ଥା ଅକଥନୀୟ ହୋଇ ପଡିଛି । କେତେବେଳେ ଖାଇବାକୁ ମିଳୁଛି ତ କେତେବେଳେ ଭୋକ ଓପାସରେ କଟୁଛି ଦିନ । ଏମିତିରେ ଆଜି ଯାଏଁ ସରକାରୀ ଦୃଷ୍ଟି ଆକର୍ଷଣ କରିବାରେ ଅକ୍ଷମ ହୋଇ ପଡିଛି ଏହି ସବୁ ଆଶ୍ରମ ।

କୋରୋମା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାରୀ ଘୋଷଣା କରିଛନ୍ତି ବିଭିନ୍ନ ପ୍ୟାକେଜ । ହେଲେ ପରିବାର ପରି ଏହି ଆଶ୍ରମ ଅନ୍ତେବାସୀଙ୍କୁ ଅଣଦେଖା କରି ଏମାନଙ୍କୁ ପୁଣି ପର କରିଛନ୍ତି ସରକାର । ଏମିତିରେ ଅନ୍ତେବାସୀମାନଙ୍କ କଥା ରାଜ୍ୟ ସରକାର ତୁରନ୍ତ ଚିନ୍ତା କରି ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଜୋର ଧରିଛି ଦାବି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details