ଓଡିଶା

odisha

ETV Bharat / state

ବରଗଡରେ ବୁଣାକାରଙ୍କ ସ୍ଥିତି ସଙ୍ଗୀନ - ବୁଣାକାର

ବରଗଡରେ ବୁଣାକାରଙ୍କ ସ୍ଥିତି ସଙ୍ଗୀନ । ଅଭାବୀ ବିକ୍ରି ସାଙ୍ଗକୁ ଟିକସ ବଢାଯିବ ଏମାନଙ୍କ ପାଇଁ କାଳ ହୋଇଛି । ସେପଟେ ସରକାର ଏଥିପ୍ରତି ଧ୍ୟାନ ନଦେଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି କୁହାଯାଉଛି ।

ଡିଜାଇନ ଫଟୋ

By

Published : Aug 28, 2019, 12:01 AM IST

ବରଗଡ: ମୋହନଦାସ କରମଚାନ୍ଦ ଗାନ୍ଧୀ । ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଖଦିବସ୍ତ୍ର ପର୍ଯ୍ୟନ୍ତ ସବୁଠି ଥିଲା ତାଙ୍କ ଭୂମିକା । ବିଦେଶୀ ବର୍ଜନ ଓ ସ୍ଵଦେଶୀ ବ୍ୟବହାର କରିବା ପାଇଁ ଦେଶବାସୀଙ୍କୁ ପ୍ରବର୍ତ୍ତାଉଥିଲେ ସେ । ଯାହା ପ୍ରଭାବରେ ବରଗଡରେ ଚାଲିଥିଲା ଚରଖା, ତିଆରି ହେଉଥିଲା ଖଦି ବସ୍ତ୍ର । ଆଉ ଧିରେ ଧିରେ ଏଠାକାର କୌଳିକ ବୃତ୍ତିରେ ବି ପରିଣତ ହେଲା । ତେବେ ଅତ୍ୟାଧୁନିକ ମେସିନ ଓ କଳକାରଖାନାର ସ୍ଥାପନ ପରେ ଚରଖାରେ ତିଆରି ଖଦିର ଚାହିଦା କମିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ ବରଗଡରେ ଖଦିବସ୍ତ୍ରର ଚାହିଦା କମିଯାଇଥିଲେ ସୁଦ୍ଧା ସମ୍ବଲପୁରୀ ବସ୍ତ୍ର ବୁଣିବା ଏକ ନୂଆଁ ରାହା ଦେଇପାରିଥିଲା । ପଦ୍ମଶ୍ରୀ ଡ଼. କୃତାର୍ଥ ଆଚାର୍ଯ୍ୟଙ୍କ ପ୍ରଚେଷ୍ଟା କ୍ରମେ ମେସିନ ତିଆରି ସୂତାରୁ ସମ୍ବଲପୁରୀ ବସ୍ତ୍ର ତିଆରି ପାଇଁ ଅନେକ ସ୍ଥାନରେ ତାଲିମ କାର୍ଯ୍ୟକ୍ରମ ମାନ କରାଯାଇଥିଲା | ବହୁ ବୁଣାକାର ପରିବାରଙ୍କୁ ହସ୍ତତନ୍ତ ସାହାଯ୍ୟରେ ସମ୍ବଲପୁରୀ ବସ୍ତ୍ର ବୁଣିବାର ତାଲିମ ଦିଆଯାଇଥିଲା ଯାହାକି ସ୍ଵାଧୀନତାର ୭୨ ବର୍ଷ ପରେ ମଧ୍ୟ ସାରା ବିଶ୍ବରେ ପ୍ରସିଦ୍ଧି ଲାଭକରିଛି | ଖଦି ବସ୍ତ୍ର ଆଜି ହଜିଯାଇଥିଲେ ସୁଦ୍ଧା ଏହାର ଏକ ପ୍ରତୀକ ଭାବରେ ସମ୍ବଲପୁରୀ ବସ୍ତ୍ରର ପ୍ରଚଳନ ଆଜିବି ରହିଛି |

ହେଲେ ଏବେ ଏହି ବସ୍ତ୍ରର ଅଭାବୀ ବିକ୍ରୀ ବୁଣାକାରଙ୍କ ଚିନ୍ତାର କାରଣ ପାଲଟିଛି । ଏହାସହ ସମ୍ବଲପୁରୀ ବସ୍ତ୍ର ପାଇଁ ବ୍ୟବହୃତ ସାମଗ୍ରୀର ମୂଲ୍ୟ ଉପରେ ଟିକସ ବଢାଯିବା ବୁଣାକାରଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ତେବେ ଦେଖାଯାଉ ଏହି ଉଦ୍ୟୋଗ ଉପରେ କେବେ ସରକାରଙ୍କ ଦୃଷ୍ଟି ପଡୁଛି ।

ବରଗଡରୁ ରାଜେଶ୍‌ ସରାପ୍‌, ଇଟିଭି ଭାରତ

ABOUT THE AUTHOR

...view details