ଓଡିଶା

odisha

By

Published : Nov 21, 2021, 12:28 PM IST

ETV Bharat / state

ଭଙ୍ଗା ଦଦରା ଘରେ ମୁର୍ମୁଷୁ ଅବସ୍ଥାରେ ପଡିଥିଲେ ବୃଦ୍ଧ, ଉଦ୍ଧାର କଲା ସଂକଳ୍ପ ପରିବାର

ଭଙ୍ଗା ଦଦରା ଘରେ ଏକାକୀ ପଡିରହି ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ 65 ବର୍ଷୀୟ ଅସହାୟ ବୃଦ୍ଧ । ପକ୍ଷାଘାତର ଶିକାର ହୋଇ ବିକଳାଙ୍ଗ ଅବସ୍ଥାରେ ପଡିରହିଥିବା ଅସହାୟ ବୃଦ୍ଧ ଜଣକ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଉଦ୍ଧାର କଲା ସଂକଳ୍ପ ପରିବାର । ଅଧିକ ପଢନ୍ତୁ

ଭଙ୍ଗା ଦଦରା ଘରେ ମୁର୍ମୁଷୁ ଅବସ୍ଥାରେ ପଡିଥିଲେ ବୃଦ୍ଧ, ଉଦ୍ଧାର କଲା ସଂକଳ୍ପ ପରିବାର
ଭଙ୍ଗା ଦଦରା ଘରେ ମୁର୍ମୁଷୁ ଅବସ୍ଥାରେ ପଡିଥିଲେ ବୃଦ୍ଧ, ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ଼: ଭଙ୍ଗା ଦଦରା ଘରେ ଏକାକୀ ପଡିରହି ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ 65 ବର୍ଷୀୟ ଅସହାୟ ବୃଦ୍ଧ । ପକ୍ଷାଘାତର ଶିକାର ହୋଇ ବିକଳାଙ୍ଗ ଅବସ୍ଥାରେ ପଡିରହିଥିବା ଅସହାୟ ବୃଦ୍ଧ ଜଣକ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଏପରି ଅପରାହ୍ନ ବୟସରେ ତାଙ୍କ ଯତ୍ନ ନେବାକୁ ନା ନିଜ ପରିବାର ଅଛି ନାଁ କୌଣସି ସମ୍ପର୍କୀୟ । ମାତ୍ର ଏପରି ପରିସ୍ଥିତିରେ ଦେବଦୂତ ସାଜି ସାହା ହୋଇଥିଲା ବରଗଡର ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାର ଏବଂ ତାଙ୍କୁ ନର୍କ ସଦୃଶ ଜୀବନରୁ ଉଦ୍ଧାର କରି ଏବେ ଡାକ୍ତରଖାନା ପହଞ୍ଚାଇଛି । ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଟାଙ୍ଗରପାଲି ପଞ୍ଚାୟତର ଜୁନାନୀ ଗ୍ରାମର ଘଟଣା ।

ଭଙ୍ଗା ଦଦରା ଘରେ ମୁର୍ମୁଷୁ ଅବସ୍ଥାରେ ପଡିଥିଲେ ବୃଦ୍ଧ, ଉଦ୍ଧାର କଲା ସଂକଳ୍ପ ପରିବାର

65 ବର୍ଷ ବୟସର ସନ୍ତାନ ହୀନ ବୃଦ୍ଧ ଜୀବର୍ଦ୍ଧନ ଭୁଏ ଗତ 2020 ମାର୍ଚ୍ଚରୁ ପକ୍ଷାଘାତ ରୋଗର ଶିକାର ହୋଇ ଅକ୍ଷମ ହୋଇପଡିଥିଲେ ଏବଂ ଭଙ୍ଗା ଦଦରା ଘରେ ଏକାକୀ ଜୀବନ ବିତାଉଥିଲେ । ସଜ୍ୟାଶାୟୀ ହୋଇପଡିଥିବା ଜୀବର୍ଦ୍ଧନ ଅସହାୟ ଅବସ୍ଥାରେ ଖଟରେ ପଡିରହି ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରି ଆସୁଥିଲେ । ନା ଖାଦ୍ୟ ଯୋଗେଇବାକୁ କେହି ଅଛି, ନା ଚିକିତ୍ସା କରାଇବାକୁ । କାହାକୁ ଦୟା ଆସିଗଲେ ଗ୍ରାମର କିଛି ଲୋକେ ଖାଦ୍ୟ ପହଞ୍ଚାଇ ଦେଉଥିଲେ ବୃଦ୍ଧଙ୍କ ନିକଟକୁ । ଏପରି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଅସହାୟ ବୃଦ୍ଧଙ୍କ ଅବସ୍ଥା ବିଷୟରେ ଗ୍ରାମବାସୀ ବରଗଡର ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାରକୁ ଖବର ଦେଇଥିଲେ।

ଏପରି ସଂବେଦନଶୀଳ ଘଟଣା ବିଷୟରେ ଖବର ପାଇବା ମାତ୍ରେ ସଂକଳ୍ପ ପରିବାର ରାତାରାତି ବାରପାହାଡର ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ଜୁନାନୀ ଗ୍ରାମରେ ପହଞ୍ଚିଥିଲେ । ବୃଦ୍ଧ ଜଣଙ୍କ ଅବସ୍ଥା ଦେଖିବା ପରେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଡକାଇ ବୃଦ୍ଧ ଜଣଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ ସଂକଳ୍ପ ପରିବାର । ଆଜିର କଳିଯୁଗର ସ୍ଵାର୍ଥ୍ୟବାଦୀ ଦୁନିଆରେ ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାରର ଏପରି ନିଃସ୍ଵାର୍ଥପର ସେବା ମନୋଭାବକୁ ଦେଖି ଗ୍ରାମବାସୀ ଖୁବ ସମ୍ବେଦନଶୀଳ ହୋଇପଡିଥିଲେ ଏବଂ ବରଗଡ ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ ଓ ଜି. ରମେଶଙ୍କୁ ଗ୍ରାମବାସୀ ହୃଦୟର ସହିତ କୃତଜ୍ଞତା ଜଣାଇଥିଲେ |

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details