ଓଡିଶା

odisha

ETV Bharat / state

ଜୁଆ ଆଡ୍ଡା ଚାଲିଥିବା ବେଳେ ମାଡି ବସିଲା ପୋଲିସ, 9 ଜୁଆଡି ଗିରଫ

ଜୁଆ ଆଡ୍ଡା ଉପରେ ଚଢାଉ କରି ଲକ୍ଷାଧିକ ଟଙ୍କା ଜବତ କରିବା ସହିତ 9 ଜୁଆଡିଙ୍କୁ ଗିରଫ କଲା ବରଗଡ ପୋଲିସ। ଅଧିକ ପଢନ୍ତୁ

Gamblers arrested by police
Gamblers arrested by police

By

Published : Apr 21, 2023, 12:43 PM IST

Gamblers arrested by police

ବରଗଡ:ଜିଲ୍ଲା ପୋଲିସକୁ ସଫଳତା । ଜୁଆ ଆଡ୍ଡା ଚାଲିଥିବା ସମୟରେ ମାଡି ବସିଲା ପୋଲିସ । ଲକ୍ଷାଧିକ ଟଙ୍କା ଜବତ କରିବା ସହିତ 9 ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଥିଲା ସୂଚନା । ସୋହେଲା ଥାନା ଅନ୍ତର୍ଗତ ରାଜସ୍ଥାନୀ ଢାବାରେ ଜୁଆ ଆଡ୍ଡା ଚାଲିଥିବା ବେଳେ ଚଢାଉ କରିଥିଲା ପୋଲିସ । ଅଭିଯୁକ୍ତଙ୍କ ନିକଟରୁ 12 ଗୋଟି ଦାମୀ କାର 2 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଓ ଜୁଆ ସାମଗ୍ରୀ ପୋଲିସ ଜବତ କରିଛି । ଏନେଇ ପଦ୍ମପୁର ଏସଡିପିଓ ବିଭୂତି ଭୂଷଣ ଭୋଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ସୋହେଲା ଥାନା ଅନ୍ତର୍ଗତ ଲୁହୁରାଚଟି ନିକଟସ୍ଥ ରାଜସ୍ଥାନି ଢାବାରେ ଏକ ବଡ ଧରଣର ଜୁଆ ଆଡ୍ଡା ଚାଲିଥିବା ନେଇ ବରଗଡ ଏସପି ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଏହାପରେ ଏସପିଙ୍କ ତତ୍ବାବଧାନରେ ଏକ ସ୍ପେଶିଆଲ ସ୍କ୍ବାର୍ଡ ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନରେ ପହଞ୍ଚି ଜୁଆ ଆଡ୍ଡାରେ ଚଢାଉ କରି ନଗଦ ନଗତ 2 ଲକ୍ଷ 54 ହଜାର 440 ଟଙ୍କା ସମେତ ବହୁ ଜୁଆ ସାମଗ୍ରୀ ଜବତ କରିଥିଲେ । ଜୁଆ ଖେଳିବାକୁ ଆସିଥିବା 12 ଜଣ ଜୁଆଡ଼ିଙ୍କର 12 ଗୋଟି କାରକୁ ପୋଲିସ ଜବତ କରିଥିବା ବେଳେ ମୋଟ 9 ଜଣଙ୍କୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲା ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଛତିଶଗଡ ରାଜ୍ୟର ବରମକେଲା ଗ୍ରାମର କରିମ ଖାନ, ଜାଲଗଡର ଭୁପେଶ କୁମାର, ପିଥୋଡାର ଜଷପାଳ ସିଂ, ଚନ୍ଦ୍ରମରି ଗ୍ରାମର ମିର୍ଜା ଅହମ୍ମଦ, କ୍ରୀଷ୍ଣା ନଗର ଜାରାର ପ୍ରକାଶ କୁମାର, ବଗଡାପଡାର କୁଲଜିତ୍ ସିଂ, ସରିୟା ସୋନାରପରାର ଦୀପକ ଅଗ୍ରଓ୍ବାଲ, ନୂଆପଡ଼ା ଖରିଆର୍ ରୋଡର ଅହମ୍ମଦ ଅଲ୍ଲ ଓ ନୂଆପଡ଼ା ଜିଲ୍ଲା ଡୁମେରପାଣିର ଧଳେନ୍ଦ୍ର ସାହୁ। ସେମାନଙ୍କ ପାଖରୁ ୩ ପ୍ୟାକେଟ ତାସ, ବିଦେଶୀ ମଦ ଏବଂ 9ଟି ମୋବାଇଲ ମଧ୍ୟ ଜବତ ହୋଇଛି । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

ବରଗଡ ଜିଲ୍ଲାରେ ଦିନକୁ ଦିନ ବେଆଇନ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏଥିରେ ରୋକ ଲଗାଇବାରେ ବାରମ୍ବାର ବିଫଳ ହେଉଥିଲା ପୋଲିସ ବିଭାଗ । କିନ୍ତୁ ନୂତନ ଏସପି ଆସିବା ପରେ ନିଶା କାରବାର ଓ ଜୁଆ କାରବାର କରୁଥିବା ସମସ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହେଉଛି ପୋଲିସ ।

ସୂଚନା ଥାଉକି, ଗତବର୍ଷ ଡିସେମ୍ବର 13 ତାରିଖରେ ରାଉରକେଲା ଥାନା ଠାରୁ କିଛି ଦୂରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା। ଏନେଇ ଖବର ପାଇବା ପରେ ରାଉରକେଲା ଚଢ଼ାଉ କରି 13 ଜଣ ଜୁଆଡିଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ନଗଦ 16 ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details