ଓଡିଶା

odisha

ETV Bharat / state

ପୋଲିସ ପଞ୍ଝାରେ ସାଇବର ଠକ - ସାଇବର ଅପରାଧୀ

ଇଣ୍ଟରନେଟ ହ୍ୟାକିଂ ଜରିଆରେ ବିଭିନ୍ନ ହିତାଧିକାରୀଙ୍କ ଆକାଉଣ୍ଟରୁ 20 ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଆତ୍ମସାତ କରିଥିବା ଜଣେ ସାଇବର ଅପରାଧୀକୁ କାବୁ କରିବାରେ ସଫଳ ହୋଇଛି ବରଗଡ ପୋଲିସ । ଅଧିକ ପଢନ୍ତୁ...

ପୋଲିସ ପଞ୍ଝାରେ ସାଇବର ଠକ
ପୋଲିସ ପଞ୍ଝାରେ ସାଇବର ଠକ

By

Published : May 28, 2021, 9:41 AM IST

ବରଗଡ:ବରଗଡ ପୋଲିସକୁ ସଫଳତା । ପୋଲିସ ପଞ୍ଝାରେ ସାଇବର ଠକ । ଇଣ୍ଟରନେଟ ହ୍ୟାକିଂ ଜରିଆରେ ବିଭିନ୍ନ ହିତାଧିକାରୀଙ୍କ ଆକାଉଣ୍ଟରୁ 20 ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଆତ୍ମସାତ କରିଥିବା ଜଣେ ସାଇବର ଅପରାଧୀକୁ କାବୁ କରିବାରେ ସଫଳ ହୋଇଛି ବରଗଡ ପୋଲିସ ।

ପୋଲିସ ପଞ୍ଝାରେ ସାଇବର ଠକ

ୱେବ ସାଇଟ ହ୍ୟାକ କରି ଇଣ୍ଟରନେଟ ଜରିଆରେ ଦୁର୍ବୃତ୍ତ ଜଣକ ଦୀର୍ଘ ଦିନରୁ ହିତାଧିକାରୀଙ୍କ ଜମା ଖାତାରୁ ଟଙ୍କା ଆତ୍ମସାତ କରିବାରେ ଲାଗିଥିଲା । ଏନେଇ ବ୍ୟାଙ୍କ କର୍ମଚାରୀଙ୍କୁ ଲୋକମାନେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବି ବ୍ୟାଙ୍କ କର୍ମଚାରୀ ଥାନାରେ କୌଣସି ଲିଖିତ ଅଭିଯୋଗ କରିନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ବରଗଡ ଜିଲ୍ଲା ଝାରବନ୍ଦ ଠାରେ ଥିବା ଅମଠି ଷ୍ଟେଟବ୍ୟାଙ୍କ ଶାଖାରୁ ହିତାଧିକାରୀଙ୍କ 20 ଲକ୍ଷରୁ ଅଧିକ ଅର୍ଥ ଲୁଟିନେଇଥିବା ଲେରଗାଁ ଗ୍ରାମର ଅମୃତ ସାହୁକୁ ପୋଲିସ ଗିରଫ କରିଛି । ଏହା ସହିତ କମ୍ପୁଟର ,ପ୍ରିଣ୍ଟର, ନଗଦ 3 ଲକ୍ଷ 14 ହଜାର ଟଙ୍କା , ଦସ୍ତଖତ ନମୁନା ସଂଗ୍ରହ କରୁଥିବା ରେଜିଷ୍ଟର ଆଦି ଜବତ କରିଛି । ଝାରବନ୍ଦ ଥାନାରେ କେସ ନମ୍ବର 60 / 2021ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବରଗଡ ଏସପି ପଦ୍ମିନୀ ସାହୁ ।

ବରଗଡରୁ ରାଜେଶ ସରାଫ,ଇଟିଭି ଭାରତ

ABOUT THE AUTHOR

...view details