ଓଡିଶା

odisha

ETV Bharat / state

ଘର ଖଣ୍ଡିଏ ପାଇଁ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଲୋକଙ୍କ ଦାବିପତ୍ର - ଘର ଖଣ୍ଡିଏ ପାଇବା ପାଇଁ ଦାବି

ଘର ଖଣ୍ଡିଏ ପାଇବା ପାଇଁ ଖଳିଆପଳି କେନାଲ ପଡା ଏବଂ ସିଦ୍ଧେଶ୍ଵର ନଗରର ଶହ ଶହ ମହିଳା ଜିଲ୍ଲାପାଳଙ୍କୁଦାବିପତ୍ର ଦେଇଛନ୍ତି। ଏହି ଗାଁରେ ପ୍ରାୟ ୪୮୦ ପରିବାର ଅନୁସୂଚିତ ଜାତି ଜନଜାତିର ଦୀର୍ଘ 70 ବର୍ଷରୁ ଅଧିକ ସମୟ ଧରି ରହିଆସୁଛନ୍ତି । ଅଧିକ ପଢନ୍ତୁ...

ଘର ଖଣ୍ଡିଏ ପାଇଁ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଲୋକଙ୍କ ଦାବିପତ୍ର
ଘର ଖଣ୍ଡିଏ ପାଇଁ ଜିଲ୍ଲାପାଳଙ୍କୁ ସ୍ଥାନୀୟ ଲୋକଙ୍କ ଦାବିପତ୍ର

By

Published : Mar 2, 2021, 1:28 PM IST

ବରଗଡ: ଘର ଖଣ୍ଡିଏ ପାଇବା ପାଇଁ ଖଳିଆପଳି କେନାଲ ପଡା ଏବଂ ସିଦ୍ଧେଶ୍ଵର ନଗରର ଶହ ଶହ ମହିଳା ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଏହି ଗାଁରେ ପ୍ରାୟ ୪୮୦ ପରିବାର ଅନୁସୂଚିତ ଜାତି ଜନଜାତିର ଦୀର୍ଘ 70 ବର୍ଷରୁ ଅଧିକ ସମୟ ଧରି ରହିଆସୁଛନ୍ତି । ଏମାନଙ୍କର ଭୋଟର ପରିଚୟ ,ଆଧାର କାର୍ଡ ସହ ରାସନ କାର୍ଡ ମଧ୍ୟ ଅଛି ହେଲେ ଏମାନଙ୍କୁ ଏପର୍ଯ୍ୟନ୍ତ ନା ମିଳିଛି ବିଜୁ ପକ୍କା ଘର ନା ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ।

ଘର ଖଣ୍ଡିଏ ପାଇଁ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

କେନାଲ ଏରିଆରେ ରହୁଥିବାରୁ ଓ ଏମାନଙ୍କ ପାଖରେ ଜମିର ପଟ୍ଟାନଥିବାରୁ ଏମାନେ ପକ୍କା ଘର ଯୋଜନାରେ ସାମିଲ ହୋଇପାରିନାହାନ୍ତି । ପ୍ରତ୍ୟେକ ଗରିବ ପରିବାରକୁ ବିଜୁ ପକ୍କା ଘର ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପ୍ରଦାନ କରିବାକୁ ଦାବି କରିବା ସହ ଆଗାମୀ ଦିନରେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details